ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ବିଭିନ୍ନ ବିରୋଧୀ ଦଳଙ୍କ ହଙ୍ଗାମା ଯୋଗୁଁ ଦୁଇ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ଲୋକସଭାରେ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋହଲ୍ଲା କରିଥିବାବେଳେ ବିଜେଡି ପକ୍ଷରୁ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରାଯାଇଥିଲା। ଲୋକସଭାରେ ଉପସ୍ଥିତ ୫ ଜଣ ସାଂସଦ ବିରୋଧୀ ଦଳମାନଙ୍କ ସହ କୌଣସି ପ୍ରକାର ପ୍ରତିବାଦରେ ସାମିଲ ହୋଇନଥିଲେ। ପୂର୍ବରୁ ପିଏନ୍ବି ଠକେଇ ମାମଲାରେ କଂଗ୍ରେସ ଓ ଅନ୍ୟ ଦଳମାନଙ୍କ ପ୍ରସ୍ତାବିତ ଜେପିସି ତଦନ୍ତ ଦାବିକୁ ସମର୍ଥନ ପାଇଁବିଜେଡି ମନା କରିଦେଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ ଶନିବାର ବିଜେଡିର ସଂସଦୀୟ ଦଳ ବୈଠକରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ନିଷ୍ପତ୍ତିକୁ ଶିଘ୍ର କାର୍ଯ୍ୟକାରୀ କରିବା, ପୋଲାଭରମ ଆଦି ଅନ୍ୟାନ୍ୟ ପ୍ରସଙ୍ଗ ଗୃହରେ ଦାବି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସତ୍ତ୍ୱେ ଆଜି ବିଜେଡିର କୌଣସି ଆକ୍ରମଣାତ୍ମ ମନୋଭାବ ଦେଖିବାକୁ ମିଳିନଥିଲା।
ଲୋକସଭାରେ ବିରୋଧୀଙ୍କ ହଙ୍ଗାମା, ବିଜେଡି ନିରବ
/sambad/media/post_attachments/wp-content/uploads/2018/03/parliament-7592.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)