ବଜେଟ୍‌ ଅଧିବେଶନ ପୂର୍ବରୁ ବିରୋଧୀ ଏକଜୁଟ୍‌

ମୁମ୍ବାଇରେ ୯ ଦଳର ‘ସମ୍ବିଧାନ ବଞ୍ଚାଅ’ ର‍୍ୟାଲି

ମୁମ୍ବାଇ: ବଜେଟ୍‌ ଅଧିବେଶ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଗତକାଲି ସାଧାରଣତଦନ୍ତ୍ର ଦିବସରେ ଏକଜୁଟ୍‌ ହୋଇ ମୁମ୍ବାଇରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ମୋଦି ସରକାରଙ୍କ ନୀତିକୁ ବିରୋଧ କରି ଏନ୍‌୍‌ସିପି ସୁପ୍ରିମୋ ଶରଦ ପାଓ୍ଵାରଙ୍କ ଆବାହକତ୍ୱରେ ଅନୁଷ୍ଠିତ ର‍୍ୟାଲିରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ସିପିଆଇ, ସିପିଏମ୍‌ ସମେତ ୯ଟି ଦଳର ନେତା ଅଂଶ ଗ୍ରହଣ କରିଥିଲେ। ମୁମ୍ବାଇ ବିଶ୍ୱବିଦ୍ୟାଳୟଠାରୁ ଗେଟ୍‌ େଓ୍ଵ ଅଫ୍‌ ଇଣ୍ଡିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ବିଦ୍ରୋହୀ ଜେଡିୟୁ ନେତା ଶରଦ ଯାଦବ, କଂଗ୍ରେସର ମହାରାଷ୍ଟ୍ର ଅଧ୍ୟକ୍ଷ ଅଶୋକ ଚୌହାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥିବୀରାଜ ଚୌହାନ, ଦଳିତ ନେତା ଓ ବିଧାୟକ ଅଳ୍ପେଶ ଠାକୁର, ପଟିଦାର ନେତା ହାର୍ଦ୍ଦିକ୍‌ ପଟେଲ୍‌, ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରି, ସିପିଆଇର ଡି ରାଜା, ତୃଣମୂଳ କଂଗ୍ରେସର ଦିନେଶ ତ୍ରିବେଦୀ, ଜମ୍ମୁ-କଶ୍ମୀର ନ୍ୟାସନାଲ୍‌ କନ୍‌ଫରେନ୍‌ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା, ସ୍ୱାଭିମାନ ସେକତାରି ସଂଗଠନର ରାଜୁ ସେଟ୍ଟି ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଶରଦ ପାଓ୍ଵାର କହିଛନ୍ତି ଯେ ବିଜେପି ବିରୋଧରେ ସମସ୍ତ ବିରୋଧୀ ରାଜନୈତିକ ଦଳର ପରବର୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ। ଅନ୍ୟପକ୍ଷରେ ବିରୋଧୀ ଦଳଙ୍କ ର‍୍ୟାଲିର ମୁକାବିଲାରେ ବିଜେପି ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏହି ର‍୍ୟାଲିରେ ଉଦ୍‌୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର