ନୂଆଦିଲ୍ଲୀ: ସଂପ୍ରତି ନିର୍ବାଚନ ପ୍ରଚାରରେ ଧର୍ମ, ଜାତି, ଭାଷା ଆଦି ପ୍ରସଙ୍ଗରେ ତୀବ୍ର ଧ୍ରୁବୀକରଣ କରୁଥିବା ନେଇ ରାଜନୈତିକ ଦଳଗୁଡ଼ିକ ପରସ୍ପର ବିରୋଧରେ ଅଭିଯୋଗ କରୁଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳଙ୍କୁ କଠୋର ସମାଲୋଚନା କରି ପାଲଟା ଆକ୍ରମଣ କରିଛନ୍ତି। ଏନ୍ଡିଟିଭିର ମୁଖ୍ୟ ସମ୍ପାଦକ ସଞ୍ଜୟ ପାଗୁଲିଆଙ୍କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ବିଜେପି ସାମ୍ପ୍ରଦାୟିକ ରାଜନୀତି କରୁଛି ବୋଲି କଂଗ୍ରେସ ସମେତ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଜେପି କଦାପି ଏଭଳି ରାଜନୀତି କରୁନାହିଁ। ଓଲଟି ବିରୋଧୀ ଦଳ ସାମ୍ପ୍ରଦାୟିକ ଓ ଜାତିଗତ ଭେଦଭାବର ରାଜନୀତି କରୁଛି। ଏଭଳି ରାଜନୀତି କରିବାରେ ବିରୋଧୀ ଦଳ ଅଭିଜ୍ଞ। କିଛି ସମୟ ନିମନ୍ତେ ସେ ନିଜକୁ ନିୟନ୍ତ୍ରଣ ରଖିବେ ବୋଲି ଚିନ୍ତା କରୁଥିଲେ, କିନ୍ତୁ ବର୍ତ୍ତମାନ ସେ ନିଷ୍ପତ୍ତି ନେଇଛନ୍ତି ଯେ ତାଙ୍କୁ କେହି ସାମ୍ପ୍ରଦାୟିକ କହୁ ବା ନକହୁ, ତାଙ୍କ ସମ୍ପର୍କରେ କେହି କିଭଳି ଭାବନା ରଖୁ, ସେ ବିରୋଧୀଙ୍କ ପାପକୁ ଉନ୍ମୋଚନ କରିବେ। ସେ କୌଣସି ସମୟରେ ବିକାଶରେ ସାମ୍ପ୍ରଦାୟିକ ଭେଦଭାବକୁ ପ୍ରଶ୍ରୟ ଦେଇନାହାନ୍ତି। ଉଦାହରଣ ସ୍ବରୂପ, ଏକ ଗାଁର ୧୦୦ ପରିବାରକୁ ଉନ୍ନୟନ ଯୋଜନାର ଲାଭ ପହଞ୍ଚିବା ବେଳେ ସେ କଦାପି ସେମାନେ କେଉଁ ସମ୍ପ୍ରଦାୟର ସେ କଥା ପଚାରନ୍ତି ନାହିଁ।
ବିରୋଧୀ ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି: ମୋଦୀ
/sambad/media/post_attachments/wp-content/uploads/2024/05/modi-2.jpg)