ନୂଆଦିଲ୍ଲୀ: ବିରୋଧୀ ଦଳମାନେ ଦେଶ ସ୍ବାର୍ଥକୁ ଅଗ୍ରାଧିକାର ଦେଇ କାମ କରୁନାହାନ୍ତି ଏବଂ ସେମାନେ ନିରାଶାରେ ବୁଡ଼ି ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏସିଆନେଟ୍’ ସହ ଏକ ସାକ୍ଷାତକାରରେ କହିଛନ୍ତି। ଦେଶବାସୀ ଦେଶର ପ୍ରଗତି ପାଇଁ କରୁଥିବା କଠିନ ପରିଶ୍ରମକୁ ବିରୋଧୀ ଦଳମାନେ ଅଣଦେଖା କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଦୁରୁପଯୋଗ ହେଉଛି ବୋଲି ବିରୋଧୀଙ୍କ ଅଭିଯୋଗର ଜବାବ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପରେ ଇଡିର ଦକ୍ଷତା ବୃଦ୍ଧି ପାଇଛି। ୨୦୧୪ ପୂର୍ବରୁ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ) ଅଧୀନରେ ୧୮୦୦ ମାମଲା ରୁଜୁ ହୋଇଥିଲା। ଆମ ସରକାର ଆସିବା ପରେ ଇଡି ୫ ହଜାରରୁ ଅଧିକ ମାମଲା ରୁଜୁ କରିଛି ଏବଂ ୭ ହଜାରରୁ ଅଧିକ ଚଢ଼ଉ ହୋଇଛି। ସେଥିମଧ୍ୟରୁ ମାତ୍ର ୩ ପ୍ରତିଶତ ମାମଲା ରାଜନେତାଙ୍କ ବିରୋଧରେ ରୁଜୁ ହୋଇଛି। ତଥାପି ବିରୋଧୀ ଦଳମାନେ ଏହାକୁ ନେଇ ତମ୍ବିତୋଫାନ ଜାରି ରଖିଛନ୍ତି। ୨୦୧୪ ପୂର୍ବରୁ ଇଡି ମାତ୍ର ୮୪ଟି ସ୍ଥାନରେ ଚଢ଼ଉ କରିଥିଲା। କୌଣସି ସଂସ୍ଥା ଯଦି ଦୁର୍ନୀତି ବିରୋଧରେ ନିଜ କାର୍ଯ୍ୟ ସଫଳତାର ସହ ସଂପାଦନ କରୁଛି ତା’ହେଲେ ଏଥିରେ ଦୋଷ କେଉଁଠି ରହିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିରୋଧୀ ଦଳମାନେ ସକରାତ୍ମକ ରାଜନୀତି କରିବା ବଦଳରେ କେବଳ କିଛି ମାଗଣା ବଣ୍ଟନ କଥା କହୁଛନ୍ତି ଏବଂ ଦେଶର ବୃହତ୍ତର ସ୍ବାର୍ଥ ଓ ଲୋକଙ୍କ ପ୍ରକୃତ କଲ୍ୟାଣ ପ୍ରତି ଧ୍ୟାନ ଦେଉନାହାନ୍ତି। ଏନ୍ଡିଏ ସରକାରରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି। ଏହାକୁ ଗରିବଙ୍କ ସଶକ୍ତୀକରଣ କୁହାଯାଏ ଏବଂ ବିରୋଧୀ ଦଳମାନେ ଏହାକୁ ଗ୍ରହଣ କରିବା ଉଚିତ । ଗରିବଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ସରକାରଙ୍କ ଏକ ବଡ଼ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗରିବ ଲୋକମାନେ ଯେପରି ଭଲ ଡାକ୍ତରଖାନାରେ ଉତ୍ତମ ଚିକିତ୍ସା ପାଇବେ ତାହା ଆମ ସରକାରର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ବିରୋଧୀ ଦଳ ନିରାଶାରେ ବୁଡ଼ି ରହିଛି: ମୋଦୀ
୨୦୧୪ରୁ ଇଡି ୭,୦୦୦ ଚଢ଼ଉ କରିଛି, ୫ ହଜାର ମାମଲା ରୁଜୁ
/sambad/media/post_attachments/wp-content/uploads/2024/01/pm-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)