ବିରୋଧୀ ଦଳ ନେତାଙ୍କ ଉଦ୍‌ବେଗ: ‘ଭାରତ ଅବସ୍ଥା ଶ୍ରୀଲଙ୍କାଠାରୁ ବି ଖରାପ ହୋଇପାରେ

ମୁମ୍ବାଇ: ଦୀର୍ଘଦିନ ଧରି କ୍ଷମତାରେ ରହିବା ପାଇଁ ଶ୍ରୀଲଙ୍କା ସରକାରଙ୍କ ବିଭିନ୍ନ ମାଗଣା ଯୋଜନା ଏବଂ ଟିକସ ହ୍ରାସ ଏବେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ଥିବା ବେଳେ ଭାରତରେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଶିବସେନା ଏମ୍‌ପି ସଞ୍ଜୟ ରାଉତ ଚେତାବନୀ ଦେଇଛନ୍ତି ଯେ ଭାରତର ଆର୍ଥିକ ଅବସ୍ଥା ପଡ଼ୋଶୀ ରାଷ୍ଟ୍ରଠାରୁ ବି ଖରାପ ହୋଇପାରେ। ବିଭିନ୍ନ କ୍ଷେତ୍ରରେ ଭାରତରେ ମଧ୍ୟ ଦରଦାମ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଛି । ଏଥିପାଇଁ ଆଗୁଆ ସତର୍କତା ପଦକ୍ଷେପ ଜରୁରୀ ବୋଲି ସେ କହିଛନ୍ତି।

ରାଉତ କହିଛନ୍ତି ଯେ, ଶ୍ରୀଲଙ୍କାର ଅବସ୍ଥା ଉଦ୍‌ବେଗଜନକ। ଭାରତ ବି ସେହି ରାସ୍ତାରେ ଯାଉଛି। ଏହାକୁ ଆମେ ଦକ୍ଷତାର ସହ ପରିଚାଳନା କରିବା ଦରକାର। ନ ହେଲେ ଶ୍ରୀଲଙ୍କାଠାରୁ ଆମ ଅବସ୍ଥା ଆହୁରି ଖରାପ ହୋଇପାରେ। ଏ ବାବଦରେ ଆଲୋଚନା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ପ୍ରସ୍ତାବ ଦେଇଛନ୍ତି ବୋଲି ରାଉତ କହିଛନ୍ତି। ସର୍ବଦଳୀୟ ବୈଠକରେ ଦେଶର ଦରବୃଦ୍ଧି ସ୍ଥିତି ନେଇ ଆଲୋଚନା ହେବା ଉଚିତ ବୋଲି ସେ କହିଛନ୍ତି। ସୋମବାର ମମତା ବାନାର୍ଜୀ ଭାରତର ଅବସ୍ଥା ଶ୍ରୀଲଙ୍କାଠାରୁ ଖରାପ ବୋଲି କହିଥିଲେ। ଏଥିପାଇଁ ସର୍ବଦଳୀୟ ବୈଠକ ଡାକିବା ଉଚିତ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର