ଆଦାନି ପ୍ରସଙ୍ଗରେ ଜେପିସି ତଦନ୍ତ ଦାବିରେ ବିରୋଧୀଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ : ଆଦାନି ପ୍ରସଙ୍ଗରେ ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ଦାବିରେ ବିରୋଧୀ ସାଂସଦମାନେ ଶୁକ୍ରବାର ଦିନ ସଂସଦ ବାହାରେ ଆନ୍ଦୋଳନ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ବିରୋଧୀ ନେତାମାନେ ଆନ୍ଦୋଳନ କରିଛନ୍ତି। ଏନେଇ ଏକ ଭିଡିଓ ଜାରି ହୋଇଛି।

ଭିଡିଓରେ ସୋନିଆଙ୍କୁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ଚେୟ‌ାରରେ ବସିଥିବା ଦେଖିବାକୁ ମିଳିଛି। ରାହୁଲ ଗାନ୍ଧିଙ୍କ ‘ଗଣତନ୍ତ୍ର’ ଟିପ୍ପଣୀ ପାଇଁ ଆଜି ପୁଣିଥରେ ସଂସଦରେ ହଙ୍ଗାମା ହେବାଦ୍ବାରା ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ବିରୋଧୀ ସଦସ୍ୟମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ଆଜି ଆନ୍ଦୋଳନ ସମୟରେ ଶଶୀ ଥରୁର ଗଣମାଧ୍ୟମରେ କହିଥିଲେ ଯେ ରାହୁଲ ଗାନ୍ଧି ସେମିତି କିଛି କହିନାହାନ୍ତି ଯେଉଁଥିପାଇଁ ସେ କ୍ଷମା ମାଗିବେ।

ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧି ଲଣ୍ଡନରେ ଭାରତର ଗଣତନ୍ତ୍ର ବିପଦରେ ବୋଲି ରାହୁଲ କହିଥିଲେ। ଏହି କାରଣ ପାଇଁ ବିଜେପି ରାହୁଲଙ୍କ କ୍ଷମା ଦାବି କରିଛି। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ସରକାର ଆଦାନୀ ପ୍ରସଙ୍ଗକୁ ନେଇ ଭୟରେ ଅଛନ୍ତି। ଆଦାନୀ ପ୍ରସଙ୍ଗରୁ ନଜର ହଟାଇବାପାଇଁ ସରକାର ଏହି ତମାସା କରୁଛନ୍ତି ବୋଲି ରାହୁଲ କହିଥିଲେ।

ସମ୍ବନ୍ଧିତ ଖବର