ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଦେଶର ୪୦ କୃଷକ ସଂଗଠନ ବା ସଂଯୁକ୍ତ କିଷାନ ମୋର୍ଚ୍ଚା ମେ' ୨୬ ତାରିଖ ଦିନ ସାରା ଦେଶର କୃଷକମାନଙ୍କୁ କଳା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲା | ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୬ ମାସ ପୁରିବାକୁ ଯାଉଥିବା ବେଳେ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଘୋଷଣା କରିଥିଲା | ଏବେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ଆହ୍ୱାନକୁ ସମର୍ଥନ କରିଛନ୍ତି ୧୨ବିରୋଧୀ ଦଳ |

Advertisment

ବିରୋଧୀ ଦଳର ମିଳିତ ବିବୃତ୍ତିରେ କୁହାଯାଇଛି ଯେ, ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ମେ' ୨୬ରେ ଦେଶବ୍ୟାପୀ କଳା ଦିବସ ପାଳନ କରିବାକୁ ଦିଆଯାଇଥିବା ଆହ୍ୱାନକୁ ଆମେ ସମର୍ଥନ କରୁଛୁ।

publive-image CBC.ca

କଂଗ୍ରେସର କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା, ଏନସିପି ମୁଖ୍ୟ ଶରଦ ପୱାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଟିଏମସି), ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (ଶିବସେନା), ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (ଡିଏମକେ), ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (ଜେଏମଏମ), ପୂର୍ବତନ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା (ଏନସି), ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ (ଏସପି), ଆରଜେଡିର ତେଜସ୍ୱୀ ଯାଦବ, ସିପିଆଇର ଡି ରାଜା ଏବଂ ସିପିଆଇ-ଏମର ସୀତାରାମ ୟେଚୁରୀ ମିଳିତ ବିବୃତ୍ତିରେ ଦସ୍ତଖତ କରିଛନ୍ତି। ବିରୋଧୀ ଦଳର ମିଳିତ ବିବୃତ୍ତିରେ କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ କୁହାଯାଇଛି |