ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ, ଜୟା ବଚ୍ଚନ ଏବଂ ସଂଜୟ ରାଉତଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ଆଜି କଳା ବ୍ୟାଣ୍ଡ୍ ଏବଂ କଳା ପୋଷାକ ପିନ୍ଧି ସଂସଦର ମକର ଦ୍ବାରରେ ଏସ୍ଆଇଆର୍ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ବିରୋଧରେ ଆନ୍ଦୋଳନ କରିଛନ୍ତି।
‘ଏସ୍ଆଇଆର୍’ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାପାଇଁ ଦାବି କରି ଆଜି ବିରୋଧୀ ସାଂସଦମାନେ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ୍ ଦେଇଛନ୍ତି। ବିହାର ଏସ୍ଆଇଆର୍, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଗୃହରେ ବୟାନ ରଖିବା ପାଇଁ ଲୋକସଭାରେ ବିରୋଧୀ ଦଳ ଉପନେତା ଗୌରବ ଗୋଗଇ ଦାବି କରିଛନ୍ତି। ସରକାର ଜାଣିଶୁଣି ଏହି ପ୍ରସଙ୍ଗରେ ଅନିଶ୍ଚିତତା ବଢ଼ାଉଛନ୍ତି ବୋଲି ସେ କହିଛନ୍ତି।