ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦରେ ମୌସୁମୀ ଅଧିବେଶନ ହେବାକୁ ଥିବା ବଳେ ଆଜି ‘ପାର୍ଲାମେଣ୍ଟ୍‌ ଆନେକ୍ସ୍‌’ରେ (ସଂସଦକୁ ଲାଗିଥିବା ଅନ୍ୟ କୋଠରି) ଚାଲିଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁପସ୍ଥିତି ବିଷୟରେ ବିରୋଧୀ ଦଳ ସବୁ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି।

Advertisment

ପ୍ରଥାନୁସାରେ, ସଂସଦ ସୁରୁଖୁରୁରେ ଚାଲିବା ନିମନ୍ତେ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡକାଇବା ଏବଂ କରାଇବା କଥା।

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍‌କରି ଲେଖିଛନ୍ତି: ସଂସଦର ଆଗାମୀ ଅଧିବେଶନ କଥା ଆଲୋଚନା କରିବା ଲାଗି ଏଇମାତ୍ର ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ସବୁଥର ଭଳି ଉକ୍ତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତ ଅଛନ୍ତି। ଏହା କ’ଣ ଅସଂସଦୀୟ ନୁହେଁ?

publive-image Image Courtesy of News Drum

ସଂସଦ କାର୍ଯ୍ୟର ସୁପରିଚାଳନା ପ୍ରତି ସୁନିଶ୍ଚିତ ହେବା ପାଇଁ ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସମସ୍ତ ଦଳକୁ ନିବେଦନ କରିଛନ୍ତି।

ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୨ ଚାଲିବାର ସମ୍ଭାବନା ରହିଛି। ଏଥିପାଇଁ ନିର୍ଦ୍ଧାରଣ ସମୁଦାୟ  ୧୦୮ ଘଣ୍ଟାରେ ୧୮ଟି ଅଧିବେଶନ ବସିବ ବୋଲି ଆଶା କରାଯାଉଛି।

ସମ୍ପ୍ରତି ଚାଲିଥିବା ସର୍ବଦଳୀୟ ବୈଠକରେ, ‘ବିଜେପି’ର ରାଜନାଥ ସିଂହ, ପୀୟୂସ ଗୋୟଲ୍‌, ପ୍ରହ୍ଲାଦ ଯୋଶୀ, ଅର୍ଜୁନ ମେଘୱାଲ୍‌ ଏବଂ ମୁରଲୀଧରନ୍‌ ଯୋଗ ଦେଇଛନ୍ତି। କଂଗ୍ରେସ ପାର୍ଟି ତରଫରୁ ପ୍ରତିନିଧିତ୍ବ କରୁଛନ୍ତି, ମଲ୍ଲିକାର୍ଜୁନ ଖଡ଼ଗେ, ଅଧୀରରଞ୍ଜନ ଚୌଧୁରୀ ଏବଂ ଜୟରାମ ରମେଶ।

ସେହିପରି, ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ୍‌ ପାର୍ଟି’ର ଶରଦ ପାୱାର୍‌ ଓ ସୁପ୍ରିୟା ସୁଲେ, ‘ଜନତା ଦଳ ୟୁନାଇଟେଡ୍‌’ର ରାମନାଥ ଠାକୁର, ‘ଆମ୍‌ ଆଦ୍‌ମି ପାର୍ଟି’ର ସଞ୍ଜୟ ସିଂହ ଏବଂ ‘ଅକାଳୀ ଦଳ’ରୁ ହର୍ଷିମ୍ରତ୍‌ କୌର୍‌ ମଧ୍ୟ ସର୍ବଦଳୀୟ ବୈଠକରେ ଉପସ୍ଥିତ ଅଛନ୍ତି।