ନୂଆଦିଲ୍ଲୀ : ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଜୁନ ୨୧,୨୦୨୦ ରାୟକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ୍ (ଏସ୍ଏଲ୍ପି) ଦାଖଲ କରିଛନ୍ତି। ଟ୍ରିବ୍ୟୁନାଲ ରାୟରେ ନେରେଡିଠାରେ ଆନିକଟ ନିର୍ମାଣ କରିବାକୁ ଆନ୍ଧ୍ର ପ୍ରଦେଶକୁ ଅନୁମତି ଦେଇଥିଲେ। ତେବେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆଦେଶ ବିରୋଧରେ ଓଡ଼ିଶା ସୁପ୍ରିମକୋର୍ଟରେ ଏସ୍ଏଲ୍ପି ଦାଖଲ କରିଥିବାରୁ ସୁପ୍ରିମକୋର୍ଟଙ୍କ ରାୟ ଉପରେ ସବୁକିଛି ନିର୍ଭର କରୁଛି ବୋଲି ଟ୍ରିବ୍ୟୁନାଲ ରାୟରେ କହିଥିଲେ। ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ବାରା ବଂଶଧାରା ଟ୍ରିବ୍ୟୁନାଲଙ୍କ ସେପ୍ଟେମ୍ବର ୧୩, ୨୦୧୭ର ଚୂଡ଼ାନ୍ତ ରାୟ ତଥା ନେରେଡ଼ି ବ୍ୟାରେଜ୍ ସ୍ଥଳରେ ଉଭୟ ଆନ୍ଧ୍ର ଓ ଓଡ଼ିଶାକୁ ମିଳିତ ସର୍ଭେ କରିବାକୁ ଟ୍ରିବ୍ୟୁନାଲଙ୍କ ସେପ୍ଟେମ୍ବର ୨୩, ୨୦୧୯ର ଆଦେଶକୁ ବିରୋଧ କରାଯାଇ ସୁପ୍ରିମକୋର୍ଟରେ ଦୁଇଟି ଅଲଗା ଅଲଗା ଏସ୍ଏଲ୍ପି ଦାଖଲ କରାଯାଇଛି। ଯାହା ବର୍ତ୍ତମାନ ବିଚାରାଧୀନ ରହିଛି। ଦୁଇଟି ଏସ୍ଏଲ୍ପିର ଗତବର୍ଷ ଏକତ୍ର ଶୁଣାଣି ପାଇଁ ଏପ୍ରିଲ ୧୫, ୨୦୨୦ରେ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ। ତେବେ କରୋନା କଟକଣା ପାଇଁ ‘ଫିଜିକାଲ୍’ ଶୁଣାଣି ଆରମ୍ଭ ହୋଇନଥିବାରୁ ବର୍ତ୍ତମାନ ସୁଦ୍ଧା ଦୁଇଟି ଏସ୍ଏଲ୍ପିର ଶୁଣାଣି ହୋଇପାରିନାହିଁ।
ବଂଶଧାରା ଟ୍ରିବ୍ୟୁନାଲଙ୍କ ରାୟକୁ ବିରୋଧ: ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର, ଏସ୍ଏଲ୍ପି ଦାଖଲ
/sambad/media/post_attachments/wp-content/uploads/2021/09/supreme-court-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)