ଶ୍ରୀନଗର: ଜମ୍ମୁ-କାଶ୍ମୀର ବିଧାନସଭା ଆସନର ସୀମା ପୁନଃନିର୍ଦ୍ଧାରଣକୁ ଜୋର୍ଦାର ବିରୋଧ କରିବା ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ଲୋକଙ୍କୁ ଉସୁକାଉଥିବାରୁ ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏବେ ଗୃହବନ୍ଦୀରେ ରଖାଯାଇଛି। ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍ତି। ପୁଲିସ ଏହି ନେତାମାନଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି ଏବଂ ସେମାନଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ଏହା ସହ ବାହାରୁ କୌଣସି ବ୍ୟକ୍ତି ସେମାନଙ୍କୁ ମିଶିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ୩ ନେତାଙ୍କୁ ଗୃହବନ୍ଦୀ କରାଯିବା ଖବର ପ୍ରଚାରିତ ହେବାପରେ ସେମାନଙ୍କ ସମର୍ଥକମାନେ ଏହାର ବିରୋଧ କରିଛନ୍ତି। କାଶ୍ମୀରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓମାର ଅବଦୁଲ୍ଲା ପ୍ରଥମେ ଟ୍ବିଟ୍ କରି ତାଙ୍କୁ ଓ ତାଙ୍କ ପିତାଙ୍କୁ ଗୃହବନ୍ଦୀରେ ରଖାଯାଇଥିବା ସୂଚନା ଦେଇଥିଲେ।
ଜମ୍ମୁ କାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣକୁ ବିରୋଧ: ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ, ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ
/sambad/media/post_attachments/wp-content/uploads/2022/01/f4hsf4h65f4fh65f65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)