ନୂଆଦିଲ୍ଲୀ : ସରକାରଙ୍କ ମତକୁ ବିରୋଧ କରିବାକୁ ଦେଶଦ୍ରୋହ କୁହାଯାଇ ପାରିବନାହିଁ ବୋଲି ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣିରେ କହିଛନ୍ତି। ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଦେଇଥିବା ଏକ ବୟାନ ବିରୋଧରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। ଜଷ୍ଟିସ୍ ସଂଜୟ କିଶାନ୍ କୌଲ୍ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଉକ୍ତ ଆବେଦନ ଉପରେ ଶୁଣାଣି କରିବାକୁ ରୋକ୍ଠୋକ୍ ମନା କରିଦେଇଛନ୍ତି।
କୋର୍ଟ କହିଛନ୍ତି ସରକାରଙ୍କ ମତଠାରୁ ଭିନ୍ନ ମତ ରଖିବା ଦେଶଦ୍ରୋହ ନୁହେଁ। କୋର୍ଟ ଫାରୁକ୍ଙ୍କ ବିରୋଧରେ ହୋଇଥିବା ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷେ ଫାରୁକ୍ ଧାରା ୩୭୦ ପ୍ରସଙ୍ଗରେ ଭାରତ ବିରୋଧରେ ଚୀନ୍ ଏବଂ ପାକିସ୍ତାନର ସହାୟତା ନେଉଛନ୍ତି ବୋଲି ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ। ତେବେ ଆବେଦନକାରୀ ଏହି ଅଭିଯୋଗକୁ କୋର୍ଟରେ ପ୍ରମାଣ କରିବାରେ ବିଫଳ ହେବାରୁ କୋର୍ଟ ତାଙ୍କୁ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଅବଦୁଲ୍ଲାଙ୍କ କାର୍ଯ୍ୟ ଦେଶବିରୋଧୀ ଏବଂ ତାଙ୍କୁ ସଂସଦରୁ ହଟାଇବାପାଇଁ ଆବେଦନରେ ଦର୍ଶାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/supreme_court.jpg)