ଜାତିସଂଘ: ଇସ୍ରାଏଲ ସେଟଲ୍ମେଣ୍ଟ୍କୁ ବିରୋଧ କରି ମିଳିତ ଜାତିସଂଘର ଏକ ନିନ୍ଦା ପ୍ରସ୍ତାବକୁ ଭାରତ ସମର୍ଥନ କରିଛି ଏବଂ ଏହା ସପକ୍ଷରେ ଭୋଟ୍ ଦେଇଛି। ଇସ୍ରାଏଲ ସେଟଲ୍ମେଣ୍ଟ୍କୁ ୧୪୫ଟି ରାଷ୍ଟ୍ର ବିରୋଧ କରିଥିଲେ ଏବଂ ଏହି ଦେଶମାନଙ୍କ ମଧ୍ୟରେ ଭାରତ ଥିଲା। ପୂର୍ବ ଜେରୁଜେଲମ୍ ସମେତ ଅଧିକୃତ ପାଲେଷ୍ଟାଇନ ଅଞ୍ଚଳ ଏବଂ ଅଧିକୃତ ସିରିଆ ଗୋଲାନରେ ‘ଇସ୍ରାଏଲ ସେଟଲ୍ମେଣ୍ଟ୍’ ପ୍ରୟାସକୁ ଜାତିସଂଘ ପ୍ରସ୍ତାବରେ ନିନ୍ଦା କରାଯାଇଛି ।
ତେବେ କାନାଡା, ହଙ୍ଗେରୀ, ଇସ୍ରାଏଲ୍, ମାର୍ଶଲ ଦ୍ୱୀପପୁଞ୍ଜ, ମାଇକ୍ରୋନେସିଆ, ନାଉରୁ ଏବଂ ଆମେରିକା ଏହି ସଂକଳ୍ପ ବିରୋଧରେ ଭୋଟ୍ ଦେଇଥିବା ବେଳେ ୧୮ଟି ରାଷ୍ଟ୍ର ଭୋଟ୍ଦାନରୁ ବିରତ ରହିଥିଲେ।
‘ଇସ୍ରାଏଲ ସେଟଲ୍ମେଣ୍ଟ’କୁ ବିରୋଧ: ଜାତିସଂଘ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଲା ଭାରତ
/sambad/media/post_attachments/wp-content/uploads/2023/11/sffshsfhfshfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)