ମଧ୍ୟପ୍ରଦେଶ: ଶାହାରୁଖ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍‌’ ଆଜି ରିଲିଜ୍‌ ହୋଇଛି। ଆଜି ସକାଳେ କେତେକ ଦକ୍ଷିଣପନ୍ଥୀ ସଂଗଠନ ମଧ୍ୟପ୍ରଦେଶର କିଛି ଅଂଶରେ ‘ପଠାନ୍‌’ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଇନ୍ଦୋର ଏବଂ ଭୋପାଳରେ କେତେକ ପ୍ରେକ୍ଷାଳୟରେ ସକାଳର ସୋ’ ବାତିଲ ହୋଇଛି। ବିଶେଷ କରି ବଜରଙ୍ଗ ଦଳ ଏବଂ ହିନ୍ଦୁ ଜାଗରଣ ମଞ୍ଚ ‘ପଠାନ’ରେ ଥିବା ଗୀତ ଏବଂ ଦୃଶ୍ୟକୁ ବିରୋଧ କରୁଛନ୍ତି। ବିକ୍ଷୋଭକାରୀମାନେ ଦାବି କରିଛନ୍ତି ଯେ ଏହାର ଗୀତ ‘ବେସରମ ରଙ୍ଗ’ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି।

Advertisment

ଭୋପାଳରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ରଙ୍ଗମହଲ ସିନେମା ହଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଥିଏଟର ମାଲିକଙ୍କୁ ‘ପଠାନ’ର ପୋଷ୍ଟର ହଟାଇବାକୁ ବାଧ୍ୟ କରିଥିଲେ। ବିକ୍ଷୋଭକାରୀମାନେ ଫିଲ୍ମର ପୋଷ୍ଟର ମଧ୍ୟ ଚିରି ଦେଇଥିଲେ। ଇନ୍ଦୋରରେ ହିନ୍ଦୁ ଜାଗରଣ ମଞ୍ଚର କାର୍ଯ୍ୟକର୍ତ୍ତାମାନେ ସପନା-ସଂଗୀତ ସିନେମା ହଲରେ ଗେରୁଆ ପତାକା ଦେଖାଇ ଏହି ଚଳଚ୍ଚିତ୍ରକୁ ବିରୋଧ କରି ହନୁମାନ ଚାଳୀସା ପାଠ କରିଥିଲେ। ଏହା ବ୍ୟତୀତ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସହରର କସ୍ତୁର ସିନେମା ହଲରେ ‘ପଠାନ’କୁ ବିରୋଧ କରି ଶାହରୁଖ ଖାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।