ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଆଜି ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ ଭେଟିବେ | ଏହି ଆଇନ ସାମ୍ପ୍ରଦାୟିକ ହୋଇଥିବାବେଳେ ଏହାକୁ କେନ୍ଦ୍ର ସରକାର ଫେରାଇନେବାକୁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି ରଖାଯିବ | ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିବାବେଳେ ବିରୋଧୀ ଦଳର ପ୍ରମୁଖ ନେତାମାନେ ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ | ଆଜି ଅପରାହ୍ନ ୪ଟା୩୦ ମିନିଟ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି |
Latestlyଅନ୍ୟପଟେ ନାଗରିକତା ସଂଶୋଧନ ଆଇନ (ସିଏଏ) ସଂକ୍ରାନ୍ତ ବିଭିନ୍ନ ଆବେଦନ ଏବଂ ଜାମିଆ ମିଲିଆ ଇସ୍ଲାମିୟା ସଂଘର୍ଷ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ତେବେ ଶୁଣାଣି ପୂର୍ବରୁ ହିଂସା ବନ୍ଦ କରିବାକୁ ସୁପ୍ରିମକୋର୍ଟ ଛାତ୍ରମାନଙ୍କୁ କହିଥିଲେ । ଯଦି ହିଂସା ଜାରି ରହିବ ଏବଂ ଲୋକଙ୍କ ସମ୍ପତ୍ତି ନଷ୍ଟ କରାଯିବ ତା’ହେଲେ ଏହି ମାମଲାରେ ଆମେ ଶୁଣାଣି କରିବୁ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବ୍ଡ଼େ ଗତକାଲି କହିଥିଲେ ।
ଅନ୍ୟପଟେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗତକାଲି କହିଥିଲେ ଯେ ଏବେ ଦେଶରେ ଗଣତନ୍ତ୍ର ବିପନ୍ନ ହୋଇଛି ଏବଂ ବାତାବରଣ ଅତ୍ୟନ୍ତ କଳୁଷିତ ହୋଇଛି। ପୁଲିସ ବିଶ୍ବବିଦ୍ୟାଳୟରେ ପଶି ଛାତ୍ରଙ୍କୁ ଲାଠିମାଡ଼ କରୁଥିବା ବେଳେ ସରକାର ସମ୍ବିଧାନ ସହିତ ଖେଳୁଛନ୍ତି। ଆମେ ସମ୍ବିଧାନ ପାଇଁ ଲଢ଼େଇ ଜାରି ରଖିବୁ ବୋଲି ପ୍ରିୟଙ୍କା କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/President-Ramnath-Kovind-696x364.jpg)