ଅପରେସନ୍ ଅଲ୍ଆଉଟ ୩୩୦ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଆତଙ୍କବାଦୀଙ୍କୁ ମୂଳପୋଛ ପାଇଁ ନିପାତ ସେନାବାହିନୀ ଦ୍ୱାରା ୨୦୧୭ ମସିହାରେ ଆରମ୍ଭ ହୋଇଥିଲା ଅପରେସନ୍ ଅଲ ଆଉଟ୍ । ଏହି ଅଭିଯାନ ଦ୍ୱାରା ୨୦୧୭ ମସିହାରେ ୨୨୦ ଆତଙ୍କବାଦୀ ନିପାତ ହୋଇଥିଲେ ଏବଂ ୮୨ ଜଣ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିଭଳି ୨୦୧୮ ଜୁନ୍ ୩୦ ସୁଦ୍ଧା ସେନାର ଏହି ଅପରେସନ୍ରେ ୧୧୦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହିତ ୭ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି।