ନୂଆଦିଲ୍ଲୀ : ଭାରତୀୟ ସାମରିକ ବାହିନୀର ବୀରତ୍ବଗାଥା ଅପରେସନ ସିନ୍ଦୂର ସଂପର୍କରେ ସ୍କୁଲ ପିଲା ପଢିବେ । ଏହି ପ୍ରସଙ୍ଗକୁ ଏନସିଇଆରଟି ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ । ସୂଚନା ଅନୁସାରେ ୩ୟରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟବହିରେ ଏହାକୁ ସାମିଲ କରାଯିବ । 

Advertisment

ଅପରେସନ ସିନ୍ଦୂର ସଂପର୍କିତ ପାଠ୍ୟକୁ ଦୁଇଟି ଭାଗରେ ସ୍କୁଲ ବହିରେ ସାମିଲ କରାଯିବ । ପ୍ରଥମ ଭାଗଟି ୩ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ରହିବ । ୨ୟ ଭାଗଟି ୯ମରୁ ୧୨ଶ ଶ୍ରେଣୀ ବହିରେ ରହିବ । ଏ ସଂପର୍କିତ ଅଧ୍ୟାୟକୁ ୮ରୁ ୧୦ ପୃଷ୍ଠା ପର୍ଯ୍ୟନ୍ତ ରହିବ ଓ ସେଥିରେ ପହଲଗାମ ଆକ୍ରମଣ ଓ ତାହାର ଜବାବରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଅପରେସନ ସିନ୍ଦୂର ସଂପର୍କରେ ଉଲ୍ଲେଖ ରହିବ । ଏହା ସହିତ ଭାରତର କୂଟନୈତିକ ପଦକ୍ଷେପ ସଂପର୍କରେ ବି ଏଥିରେ ଉଲ୍ଲେଖ ରହିବ । 

ଅପରେସନ ସିନ୍ଦୂର ସଂପର୍କିତ ପାଠ୍ୟକୁ ଦୁଇଟି ଭାଗରେ ସ୍କୁଲ ବହିରେ ସାମିଲ କରାଯିବ । ପ୍ରଥମ ଭାଗଟି ୩ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ରହିବ । ୨ୟ ଭାଗଟି ୯ମରୁ ୧୨ଶ ଶ୍ରେଣୀ ବହିରେ ରହିବ ।

ଏହାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ଦେଶର ଆତଙ୍କବାଦର ମୁକାବିଲା ରଣନୀତି ସଂପର୍କରେ ଅବଗତ କରାଯିବ । ଏହା ସହିତ କିପରି ପ୍ରତିରକ୍ଷା, କୂଟନୀତି ଓ ବିଭିନ୍ନ ମନ୍ତ୍ରାଳୟ ମଧ୍ୟରେ ସମନ୍ବୟ ରାଷ୍ଟ୍ରୀୟ ସୁରକ୍ଷା ପାଇଁ କାମ କରେ ସେ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଯିବ।