ଧାରା ୩୭୦ ସମ୍ବିଧାନରେ ଏକ ଅସ୍ଥାୟୀ ବ୍ୟବସ୍ଥା: ଗୃହ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା ‘୩୭୦’ ସମ୍ବିଧାନରେ ଏକ ଅସ୍ଥାୟୀ ବ୍ୟବସ୍ଥା। ସେହିପରି ରାଜ୍ୟର ବାସିନ୍ଦାଙ୍କୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରୁଥିବା ଧାରା ୩୫-ଏ କୁ ଭାରତର ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ବିଧାନ‌ରେ ସାମିଲ କରାଯାଇଥିଲା ବୋଲି ଆଜି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଷାନ ରେଡ୍ଡି ରାଜ୍ୟସଭାରେ କହିଛନ୍ତି। ରେଡ୍ଡି କହିଛନ୍ତି ଜମ୍ମୁ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଂଗ ଏବଂ ସମ୍ବିଧାନ ସଂକ୍ରାନ୍ତ ବିଷୟଗୁଡ଼ିକ ଆଭ୍ୟନ୍ତରୀଣ ଏବଂ ଏଥିରେ କେବଳ ସଂସଦ ହିଁ ହସ୍ତ‌କ୍ଷେପ କରିବେ। କୌଣସି ବିଦେଶ ସରକାର କିମ୍ବା ଅନୁଷ୍ଠାନ ଏହି ବିଷୟବସ୍ତୁରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ।

ସମ୍ବନ୍ଧିତ ଖବର