ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପରେ ବି ମିଳିନାହିଁ ଅନୁଦାନ

ନୂଆଦିଲ୍ଲୀ : ଓଡିଆ ଭାଷାକୁ ୨୦୧୪ରୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ସତ୍ତ୍ୱେ ଏହି ଭାଷାର ପ୍ରଚାର ଓ ପ୍ରସାର ପାଇଁ କୌଣସି ସମର୍ପିତ ସେଣ୍ଟର ଅଫ ଏକ୍ସଲେନ୍ସ ସ୍ଥାପନ କରାଯାଇନାହିଁ କି ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇନାହିଁ।

ଗୁରୁବାର ରାଜ୍ୟସଭାରେ ବିଜେଡି ସାଂସଦ ସୁଜିତ୍‌ କୁମାର ଏହି ପ୍ରସଙ୍ଗରେ ସ୍ପେଶାଲ୍‌ ମେନ୍‌ସନ୍‌ ଜରିଆରେ ଅଭିଯୋଗ କରିଛନ୍ତି। ଏଥିସହ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ପାଇଥିବା ଓଡିଆ ଭାଷାର ପ୍ରଚାର, ପ୍ରସାର, ଗବେଷଣା ଓ ଅନୁବାଦ ପାଇଁ ଆବଶ୍ୟକୀୟ ବଜେଟ ଅନୁଦାନର ବ୍ୟବସ୍ଥା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତ ବଜେଟ ଅଧିବେଶନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ କନ୍ନଡ, ତାମିଲ ଓ ତେଲୁଗୁ ଆଦି ଶାସ୍ତ୍ରୀୟ ଭାଷାକୁ ୨୦୧୪-୧୫ରୁ ୨୦୧୯-୨୦ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ଅର୍ଥରାଶିର ବିବରଣୀ ଲିଖିତ ଆକାରରେ ଉତ୍ତର ଲୋକସଭାରେ ଜଣାଇଥିଲେ। ତେବେ ଓଡିଆ ଓ ମାଲାୟାଲମ୍ ଶାସ୍ତ୍ରୀୟ ଭାଷା କେନ୍ଦ୍ର ନିକଟରେ ସ୍ଥାପିତ ହୋଇଥିବାର ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର