ଦିଲ୍ଲୀରେ ଓଡ଼ିଆ ସଂଗଠନ ପକ୍ଷରୁ ଏଥର ନିରାଡ଼ମ୍ବର ଦୁର୍ଗାପୂଜା

ନୂଆଦିଲ୍ଲୀ : ଦକ୍ଷିଣଦିଲ୍ଲୀର ଶାହାପୁରଜାଟ୍‌ସ୍ଥିତ ଉତ୍କଳ ଦୂର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜାର ଆୟୋଜନ କରାଯିବ। ତେବେ, କରୋନା କଟକଣାକୁ ଦୃଷ୍ଟିରେ ରଖି ପରମ୍ପରା ଓ ବିଧିରକ୍ଷା ପୂର୍ବକ ଏହି ପୂଜାର ଆୟୋଜନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

କମିଟିର ସଭାପତି ରବୀନ୍ଦ୍ର କୁମାର ରାୟଙ୍କ ସୂଚନା ଅନୁସାରେ, ପ୍ରତିବର୍ଷ ଏଠାରେ ଦୁର୍ଗାପୂଜା ଅନୁଷ୍ଠିତ ‌ହୋଇଥାଏ। ସପ୍ତାହ ବ୍ୟାପି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଦିଲ୍ଲୀ ଓ ଆଖପାଖ ଅଞ୍ଚଳରୁ ପ୍ରବାସୀ ଓଡ଼ିଆ ଓ ଅଣଓଡ଼ିଆମାନଙ୍କର ପ୍ରବଳ ଜନସମାଗମ ହୋଇଥାଏ। କରୋନା କଟକଣା ଯୋଗୁଁ ଏଥର କଳସ ଯାତ୍ରାକୁ ବନ୍ଦ କରାଯିବା ସହିତ ନିରାଡ଼ମ୍ବରପୂର୍ଣ୍ଣ ଭା‌ବେ ମା’ଙ୍କ ପୂଜା ସମ୍ପନ୍ନ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି।

ସମ୍ବନ୍ଧିତ ଖବର