କମଲ ନାଥ ହୋଇପାରନ୍ତି କଂଗ୍ରେସ ପାର୍ଟିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଏହି ପଦ ମିଳିପାରେ ବୋଲି ସୂତ୍ରରୂ ସୂଚନା ମିଳିଛି । କୁହାଯାଇଛି କି ଏହି ପ୍ରସଙ୍ଗକୁ ନେଇ ଆଜି କମଲନାଥ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିବେ ।

ଏପଟେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅନିଚ୍ଛା ପ୍ରକାଶ କରିବା ଓ ବର୍ତ୍ତମାନର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶାରିରୀକ ଅସୁସ୍ଥତା ଯୋଗୁ ଦଳ ପୁଣିଥିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ନିର୍ବାଚିତ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ୨୦୧୪ ପରେ କଂଗ୍ରେସ ବିଭିନ୍ନ ନିର୍ବାଚନରେ ଯେଭଳି ପ୍ରଦର୍ଶନ କରୁଛି ଏହାକୁ ନେଇ ପାର୍ଟି ବାରମ୍ବାର ଅଧ୍ୟକ୍ଷ ପଦକୁ ନେଇ ମନ୍ଥନ ଜାରି ରଖିଛି । ହେଲେ ଯେତେବେଳ ପର୍ଯ୍ୟନ୍ତ ପାର୍ଟି କୌଣସି ନେତାଙ୍କୁ ଅଧ୍ୟକ୍ଷ ପଦ ଦେଇ ନାହିଁ ସେପର୍ଯ୍ୟନ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ନିଷ୍ପତ୍ତି କରିଛି ।

ଏହି କାରଣରୁ ପାର୍ଟି ପ୍ରତି ବିଶ୍ୱାସ ଭାଜନ ଥିବା ତଥା ଦଳର ବରିଷ୍ଠ ନେତା କମଲ ନାଥଙ୍କୁ  କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତ କରିବା ନେଇ ଚିନ୍ତା କରିଛି । ଏହି ପ୍ରସଙ୍ଗରେ ଆଜି ଦିନ ୧୨ ଟାରେ କମଲ ନାଥ ଓ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ ।

କହିରଖୁ କି କରୋନା ମହାମାରୀ ପାଇଁ ଜୁନ ୨୩ ରେ ପ୍ରସ୍ତାବିତ ପାର୍ଟିର ଅଧ୍ୟକ୍ଷ ପଦ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଏହାସହ ପାର୍ଟି ତରଫରୁ ନିଷ୍ପତ୍ତି ନିଆଯାଇଥିଲା କି ଯେ ପର୍ଯ୍ୟନ୍ତ କଂଗ୍ରେସ କାର୍ଯ୍ୟକାରୀ କମିଟିର ନିର୍ବାଚନ ହୋଇନାହିଁ ସେ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁୂଲାଇବେ ।

ସମ୍ବନ୍ଧିତ ଖବର