ମୁମ୍ବାଇ: ଅମ୍ବାନୀ ପରିବାରର ବୋହୂ ଶ୍ଲୋକା ମେହେତା ସବୁବେଳେ ତାଙ୍କର ଷ୍ଟାଇଲ୍ ସେନ୍ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର ପାରମ୍ପରିକ ପୋଷକ ପରିଧାନ ପାଇଁ ଅଧିକାଂଶ ସମୟରେ ଲୋକଙ୍କ ମନ କିଣୁଥିବା ଦେଖାଯାଏ। ଏବେ ସେ ନିଜର ଏକ ସାଧାରଣ ଦିଶୁଥିବା ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସାଧାରଣ ଦିଶୁଥିବା ଏହି ପୋଷାକର ମୂଲ୍ୟ ଏବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଶ୍ଲୋକାଙ୍କ ଜନ୍ମଦିନରେ ତାଙ୍କର ଭଲ ବନ୍ଧୁ ଭାବେ ଜଣାଶୁଣା ଓରହାନ ଅବତ୍ରାମାନି ଏକ ଫଟୋ ସେୟାର କରିଥିଲେ। ସେଥିରେ ଓରହାନ, ଶ୍ଲୋକା ଓ ତାଙ୍କର ଭଉଣୀ ଦିୟା ମେହେତା ନଜର ଆସୁଥିବା ବେଳେ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଓରହାନ। ଏହି ଫଟୋ ଭାଇରାଲ ହେବା ପରେ ଶ୍ଲୋକା ପିନ୍ଧିଥିବା ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫଟୋରେ ଥିବା ଓରହାନ, ଶ୍ଲୋକା ଓ ତାଙ୍କର ଭଉଣୀ ଦିୟା ଡଲ୍ସେ ଆଣ୍ଡ ଗମ୍ବାନା ବ୍ରଣ୍ଡର ପୋଷାକ ପିନ୍ଧିଥିଲେ।
ଜାତୀୟ ଗଣମାଧ୍ୟମ ମୁତାବକ, ଶ୍ଲୋକା ପିନ୍ଧିଥିବା ପୋଷାକର ମୂଲ୍ୟ ହେଉଛି ୧ଲକ୍ଷ ୬୫ହଜାର ଟଙ୍କା। ଏହା ସହ ଶ୍ଲୋକାଙ୍କ ଭଉଣୀ ଦିୟା ମେହେତା ପିନ୍ଧିଥିବା ପୋଷାକର ମୂଲ୍ୟ ୧ଲକ୍ଷ ୮୦ହଜାର ଓ ଓରହାନ ପିନ୍ଧିଥିବା ପୋଷକାର ମୂଲ୍ୟ ୧ଲକ୍ଷ ୨୫ହଜାର ଟଙ୍କା ବୋଲି ଜଣାପଡ଼ିଛି। ଫଟୋରେ ଓରହାନ ଏକ ଘଣ୍ଟା ପିନ୍ଧିଥିବା ଦେଖାଯାଇଛି, ଯାହାର ମୂଲ୍ୟ ୪ଲକ୍ଷ ୬୭ହଜାର ଟଙ୍କା ବୋଲି କୁହାଯାଉଛି।