ଆଫଗାନିସ୍ତାନକୁ ଫେରିଲା ଓସାମା ବିନ୍ ଲାଡେନର ପୂର୍ବତନ ସହଯୋଗୀ ଅମିନ-ଉଲ-ହକ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ସାରା ବିଶ୍ବର ଚିନ୍ତା ବଢ଼ିଛି। କ୍ଷମତାକୁ ଆସିବା ପରେ ତାଲିବାନ ଜେଲରେ ବନ୍ଦୀ ଥିବା କଏଦୀମାନଙ୍କୁ ବାହାର କରିଥିବା ବେଳେ ଏବେ ଆଫଗାନିସ୍ତାନକୁ ଫେରୁଛନ୍ତି ବଡ଼ ବଡ଼ ଆତଙ୍କବାଦୀ। ଆଫଗାନିସ୍ତାନ ଅଲ-କାଏଦାର ପ୍ରମୁଖ ନେତା ଅମିନ-ଉଲ-ହକ ଏବେ ନାଙ୍ଗରହାର ପ୍ରଦେଶକୁ ଫେରିଥିବା ଜଣାପଡ଼ିଛି।

୨୦୧୧ରେ ପାକିସ୍ତାନର ଆବୋଟାବାଦରେ ଆମେରିକାର ସୈନ୍ୟବାହିନୀ ଦ୍ୱାରା ନିହତ ହୋଇଥିବା ଅଲ-କାଏଦାର ମୁଖ୍ୟ ଓସାମା ବିନ୍ ଲାଡେନଙ୍କର ଅମିନ-ଉଲ-ହକ ଜଣେ ଘନିଷ୍ଠ ସହଯୋଗୀ ଥିଲା। ଅମିନ-ଉଲ-ହକ ଟୋରା ବୋରାରେ ଓସାମା ବିନ୍ ଲାଡେନର ସୁରକ୍ଷା ଦାୟିତ୍ୱରେ ଥିଲେ ଏବଂ ୮୦ ଦଶକରେ ଯେତେବେଳେ ସେ ମକତବା ଅଖିଦମତରେ ଅବଦୁଲ୍ଲା ଅଜ୍ଜମଙ୍କ ସହ କାମ କରିଥିଲେ ସେତେବେଳେ ସେ ଓସାମା ବିନ୍ ଲାଡେନଙ୍କ ନିକଟତର ହୋଇଥିଲେ।

ତେବେ ଏତେ ଦିନ ପରେ ଆଫଗାନିସ୍ତାନକୁ ଅମିନ-ଉଲ-ହକ ଫେରିବାଟା ଆଫଗାନବାସୀଙ୍କ ଚିନ୍ତା ବଢ଼ାଇଛି। ଦେଶରେ ଏବେ ଆହୁରି ହିଂସା ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର