ଆମେରିକା ଆକ୍ରମଣରେ ଓସାମା ବିନ ଲାଡେନର ପୁଅ ହମଜା ବିନ ଲାଡେନ ନିହତ

ଓ୍ଵାସିଂଟନ : ଆଲକାଇଦା ନେତା ଓସାମା ବିନ ଲାଡେନର ପୁତ୍ର ତଥା ତାହାର ଉତ୍ତରାଧିକାରୀ ହମଜା ବିନ ଲାଡେନ ଆମେରିକା ବାୟୁସେନା ଆକ୍ରମଣରେ ମୃତ୍ୟୁବରଣ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଖବରକୁ ସ୍ୱୀକାର କରିଛନ୍ତି । ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ହୋଇଥିବା ଏକ ଅପରେସନରେ ସେ ମୃତ୍ୟୁ ବରଣ କରିଥିବା ଟ୍ରମ୍ପ କହିଛନ୍ତି । ତେବେ କେବେ ଏହି ଅପରେସନ ହୋଇଥିଲା ସେ ସଂପର୍କରେ ସେ କୌଣସି ସୂଚନା ଦେଇନାହାନ୍ତି । କିନ୍ତୁ ଗତ ଜୁଲାଇ ୩୧ରେ ସିଏନଏନ ହମଜାର ମୃତ୍ୟୁ ସଂପର୍କରେ ସୂଚନା ଦେଇଥିଲା ।
ହ୍ଵାଇଟହାଉସ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିକୁ ଉଦ୍ଧାର କରି ସିଏନଏନ କହିଛି ଯେ ହମଜା ମୃତ୍ୟୁବରଣ କରିବା ପରେ ଅଲକାଇଦାର ଏକ ବଡ଼ ନେତା ନିହତ ହୋଇଛି । ଏହା ଭବିଷ୍ୟତରେ ଅଲକାଇଦାର କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇବ । ହମଜା ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିଲା ବୋଲି ଟ୍ରମ୍ପ କହିଛନ୍ତି ।

ସମ୍ବନ୍ଧିତ ଖବର