ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ହେଡଲୀ ଓ କଶ୍ମୀର ଉପରେ ଓସମା ବିନ୍‌ ଲାଡେନ୍‌ର ଥିଲା ତୀକ୍ଷ୍‌ଣ ନଜର- ଆମେରିକା

ଓ୍ଵାସିଙ୍ଗଟନ୍‌: ଅଲକାଏଦା ମୁଖ୍ୟ ଓସମା ବିନ ଲଦେନ ଆମେରିକା ସେନା ଦ୍ୱାରା ନିହତ ହେବା ପର୍ଯ୍ୟନ୍ତ କଶ୍ମୀର ପ୍ରସଙ୍ଗ ଓ ନଭେମ୍ବର ୨୬ତାରିଖ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ପାକିସ୍ତାନୀ- ଆମେରିକା ଆତଙ୍କବାଦୀ ଡେଭିଡ୍‌ କୋଲମ୍ୟାନ ହେଡ୍‌ଲିର କୋର୍ଟ ଶୁଣାଣୀକୁ ଅତି ନିକଟରୁ ଅନୁଧ୍ୟାନ କରୁଥିଲା ବୋଲି ଆମେରିକା କହିଛି। ଆମେରିକା ସେନା ସର୍ଜିକାଲ ଷ୍ଟ୍ରାଇକ୍‌ କରି ଓସମାବିନ୍‌ ଲାଡେନକୁ ଓବାଟାବାଦରେ ହତ୍ୟା କରିବା ସହିତ ସେଠାରୁ ଯେଉଁ କାଗଜପତ୍ର ଓ କମ୍ପ୍ୟୁଟର ଜବତ କରିଥିଲା, ସେହି ଆଧାରରେ ଆମେରିକାଏହା କହିଛି।
ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପକ୍ଷରୁ ୨୦୧୧ ମସିହାରେ ମେ ମାସରେ ପାକିସ୍ତାନର ଓବାଟାବାଦଠାରେ ଓସମା ବିନନ୍‌ ଲାଡେନ୍‌ ହତ୍ୟା ପାଇଁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ସମୟରେ ଜବତ ହୋଇଥିବା ୪ଲକ୍ଷ ୭୦ ହଜାର ଫାଇଲକୁ ଆଜି (ଗୁରୁବାର) ସାର୍ବଜନୀନ କରାଯାଇଛି। ଏହି ଫାଇଲ ମଧ୍ୟରେ ଓସମା ବିନ୍‌ ଲାଡେନ୍‌ର ପୁଅ ବାହାଘରର ଭିଡିଓ ମଧ୍ୟ ରହିଛି।
ଏହି ସବୁ ତଥ୍ୟରେ କୁହାଯାଇଛି ଓସମାବିନ୍‌ ଲାଡେନ୍‌ ଲସ୍କର ଇ ତୋଇବା ଆତଙ୍କବାଦୀ ହେଡ୍‌ଲିର ଗିରଫ ସହିତ ଭାରତର ସମସ୍ତ ବଡ଼ ବଡ଼ ଖବର କାଗଜରେ ପ୍ରକାଶିତ ସମ୍ବାଦ ଉପରେ ନଜର ରଖୁଥିଲା। ଓସମା ବିନ୍‍ ଲାଡେନ୍‌ର କମ୍ପ୍ୟୁଟରରେ ୨୦୦୯ ମସିହା ନଭେମ୍ବର ୧୫ ତାରିଖ , ୧୬ ତାରିଖ ଓ ଫେବ୍ରୁଆରି ୧୦ ତାରିଖରେ ଲିଖିତ କେତୋଟି ଆଲେଖ୍ୟ ଜବତ କରାଯାଇଛି, ଯେଉଁଥିରେ ଓସମା ବିନ୍‌ ଲାଡେନ୍‌ କଶ୍ମୀର ପ୍ରସଙ୍ଗ ସହିତ ଭାରତ ଉପରେ ମଧ୍ୟ ନଜର ରଖୁଥିବା ଜଣାପଡ଼ିଛି। ସେହିପରି ୨୦୧୦ ମସିହା ମାର୍ଚ୍ଚ ୧୬ ତାରିଖରେ ପ୍ରକାଶିତ ଏକ ଖବର ଯେଉଁଥିରେ ପାକିସ୍ତାନ ଜଣେ ମେଜର ହେଡଲୀଙ୍କ ସମ୍ପର୍କରେ ଭାରତର ତଦନ୍ତ ପ୍ରକ୍ରିୟାକୁ ପରିଚାଳନା କରୁଥିବା ଉଲ୍ଲେଖ ରହିଛି ତାହା ମଧ୍ୟ୍ୟ ଲାଡେନ୍‌ ଠାରୁ ଜବତ ହୋଇଛି। ସେହିପରି ଲାଡେନ୍‌ର କମ୍ପ୍ୟୁଟରରେ ହେଡଲୀ ଓ ଭାରତ ସମ୍ପର୍କରେ ବହୁ ଆର୍ଟିକିଲ ଜବତ ହୋଇଥିବା ଆମେରିକା ପକ୍ଷରୁ କୁହାଯାଇଛି। ଲାଡେନ୍‌ କମ୍ପ୍ୟୁଟରରୁ ପାକିସ୍ତାନୀ ଆତଙ୍କବାଦୀ ତଥା ୩୧୩ ବ୍ରିଗ୍ରେଡ୍‌ର ମୁଖ୍ୟ ଇଲିଆସ କାଶ୍ମୀରି ନରିମାନ ହାଉସ୍‌ ଆକ୍ରମଣ ସମୟରେ ସେଠାରେ ଥିବା ଆତଙ୍କବାଦୀମାନଙ୍କୁ ଦେଉଥିବା ନିେର୍ଦ୍ଦେଶର ମଧ୍ୟ ଡିକୋର୍ଡିଂ କରିଛି କରିଛି ଆମେରିକା। ଲାଡେନ୍‌ର କମ୍ପ୍ୟୁଟରରୁ ଯେଉଁ ସବୁ ସେଭଡ୍‌ ଡକ୍ୟୁମେଣ୍ଟ ମିଳିଛି ସେଥିରେ ଗତ ୨୦୧୦ ମସିହା ଜାନୁଆରିରେ ପ୍ରକଶିତ ଏକ ସମ୍ବାଦ ଇଲିଆସ କଶ୍ମୀକୁ ଖୋଜି ବାହାର କରିବା ପାଇଁ ଆମେରିକା ପାକିସ୍ତାନକୁ କହିଥିବା ଏକ ପ୍ରେସ କ୍ଲିପିଙ୍ଗ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର