ପଟନା: ସିୱାନର ସୁଲତାନ ନାମର ପରିଚିତ କୁଖ୍ୟାତ ଅପରାଧୀ ତଥା ବାହୁବଳୀ ମହମ୍ମଦ ଶାହାବୁଦ୍ଦିନର ପରିବାର ପୁଣି ରାଷ୍ଟ୍ରୀୟ ଜନତା ଦଳକୁ ଫେରିଆସିଛନ୍ତି । ରବିବାର ପଟନାଠାରେ ଲାଲୁ ଯାଦବଙ୍କ ବାସଭବନରେ ଶାହାବୁଦ୍ଦିନର ପତ୍ନୀ ହିନା ଶାହାବ ଓ ପୁଅ ଓସାମା ଶାହାବ ଆରଜେଡିରେ ଯୋଗ ଦେଇଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଓ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ଉପସ୍ଥିତିରେ ସେମାନଙ୍କୁ ଦଳର ସଦସ୍ୟତା ମିଳିଛି। ଓସାମାଙ୍କୁ ଆଗାମୀ ବିହାର ନିର୍ବାଚନରେ ରଘୁନାଥପୁର ଆସନରୁ ଛିଡ଼ା କରିପାରେ ଆରଜେଡି ।
୨୦୨୧ରେ ମହମ୍ମଦ ସାହାବୁଦ୍ଦିନ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲା । ଏହା ପରେ ଆରଜେଡିରୁ ତା ପରିବାର ଦୂରେଇ ଯାଇଥିଲେ ।
୨୦୨୧ରେ ମହମ୍ମଦ ସାହାବୁଦ୍ଦିନ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲା । ଏହା ପରେ ଆରଜେଡିରୁ ତା ପରିବାର ଦୂରେଇ ଯାଇଥିଲେ ।
ଓସାମା ଶାହାବ ୧୨ ଜୁନ ୧୯୯୫ରେ ସିୱାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରାରମ୍ଭିକ ପାଠପଢ଼ା ଘରେ ହୋଇଥିଲା। ପରେ ସେ ଦଶମ ଶ୍ରେଣୀ ପାଠପଢ଼ା ପାଇଁ ଦିଲ୍ଲୀ ଯାଇ କର୍ଣ୍ଣେଲ ସତ୍ସଙ୍ଗୀ ପବ୍ଲିକ ସ୍କୁଲରେ ପାଠ ପଢ଼ିଥିଲେ। ଏହାପରେ ସେ ନୂଆଦିଲ୍ଲୀର ଜିଡି ଗୋଏଙ୍କା ସ୍କୁଲରୁ ଦ୍ୱାଦଶ ପାସ୍ କରିଥିଲେ । ଓସାମା ଅଧିକ ଅଧ୍ୟୟନ ପାଇଁ ଲଣ୍ଡନ ଯାଇଥିଲେ ଏବଂ ଏଠାରେ ସେ ଏଲଏଲବି ଅଧ୍ୟୟନ କରିଥିଲେ ଏବଂ ପରେ ସେ ସିୱାନକୁ ଫେରିଆସିଥିଲେ । ୨୦୨୧ ମସିହାରେ ସିୱାନର ଜିରାଦେଇର ଚାନ୍ଦପାଲି ଗାଁର ଅଫତାବ ଆଲମଙ୍କ ଝିଅ ଆୟେଶାଙ୍କୁ ତାଙ୍କର ବିବାହ ହୋଇଥିଲା।