ଭର୍ଚୁଆଲ ହେବ ନାହିଁ ଓସ୍କାର-୨୦୨୧, ଯୋଗ ଦେବେ ଅତିଥି: ରିପୋର୍ଟ

ନୂଆଦିଲ୍ଲୀ: ୨୦୨୧ମସିହା ଏପ୍ରିଲ ୨୫ରେ ହେବ ଓସ୍କାର ଆୱାର୍ଡ ସୋ’। ଏହି ଆୱାର୍ଡ ସୋ’ ଭର୍ଚୁଆଲ ନହୋଇ ଏଥି‌ରେ ଅତିଥି ଯୋଗ ଦେବେ ବୋଲି ସୂଚନା ମିଳିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ଜନସମାବେଶ ଉପରେ ସରକାର ରୋକ ଲଗାଇଛନ୍ତି। କୌଣସି ବଡ଼ ବଡ଼ ଇଭେଣ୍ଟ ବା ଉଦଘାଟନୀ ସମାରୋହ ଏବେ ଭର୍ଚୁଆଲ କରାଯାଉଛି। କିନ୍ତୁ ପରିସ୍ଥିତି ଏବେଠାରୁ ବଦଳୁଥିବା ଦେଖି ୨୦୨୧ ଏପ୍ରିଲ ୨୫ରେ ଅତିଥିଙ୍କୁ ଡ଼କାଇ ଓସ୍କାର ଆୱାର୍ଡ ସୋ’ କରିବା ପାଇଁ ଯୋଜନା କରାଯାଉଥିବା ନେଇ ସୂଚନା ମିଳିଛି।

Oscar Predictions: 2020 Academy Awards Frontrunners - Variety
Variety

ଆର୍ନ୍ତଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସିନେମା ହଲ ବନ୍ଦ ଥିବାରୁ ଫିଲ୍ମ ରିଲିଜ ହୋଇପାରୁନାହିଁ। ବସନ୍ତ ଋତୁରେ ପ୍ରେକ୍ଷାଳୟ ଖୋଲିବ ବୋଲି ଆଶା କରାଯାଉଛି | ପ୍ରେକ୍ଷାଳୟ ଖୋଲିବା ପ‌ରେ ଅନେକ ଫିଲ୍ମ ରିଲିଜ୍ ହେବ। ଏହା ଦ୍ବାରା ଫିଲ୍ମଗୁଡ଼ିକୁ ଓସ୍କାର ଆୱାର୍ଡ ସୋ’ରେ ସାମିଲ ହେବାର ସୁଯୋଗ ମିଳିବ।  ଅଧିକ ଚଳଚ୍ଚିତ୍ରକୁ ପୁରସ୍କାର ପାଇବାର ସୁଯୋଗ ଦେବା ପାଇଁ ଇଭେଣ୍ଟର ତାରିଖ ବଦଳାଇ ଦିଆଯାଇଛି।  ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଏଲଏର ଡଲବି ଥିଏଟର ବସିବା କ୍ଷମତା ୩,୪୦୦ଥିବା ବେଳେ କେତେ ଅତିଥିଙ୍କୁ ବସିବା ପାଇଁ ଅନୁମତି ଦିଆଯିବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ |

ସମ୍ବନ୍ଧିତ ଖବର