ନୂଆଦିଲ୍ଲୀ : ଚଳିତବର୍ଷ ଭାରତୀୟ ସିନେମା ଦୁଇଟି ବର୍ଗରେ ଓସ୍କାର ପୁରସ୍କାର ଜିତିଛି। ଆଜିର ଏହି ସଫଳତା ଅତୀତର ଓସ୍କାର ପୁରସ୍କାରଗୁଡ଼ିକୁ ମନେ ପକାଇ ଦେଇଛି।
୧୯୫୮ ମସିହାରେ ୩୦ତମ ଏକାଡେମି ପୁରସ୍କାର ପାଇଁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ‘ମଦର ଇଣ୍ଡିଆ’ ମନୋନୀତ ହୋଇଥିଲା। ତେବେ ଇଟାଲୀ ଚଳଚ୍ଚିତ୍ର ‘ନାଇଟ୍ସ ଅଫ୍ କାବେରିଆ’ଠାରୁ ମାତ୍ର ଗୋଟିଏ ଭୋଟରେ ପଛରେ ରହି ପୁରସ୍କାର ପାଇ ପାରି ନଥିଲା। ଏହା ପରେ ୧୯୬୧ରୁ ୧୯୬୯ ମଧ୍ୟରେ କେତେକ ସିନେମା ଏବଂ ବ୍ୟକ୍ତି ଉକ୍ତ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ବି ଦେଶ ପାଇଁ ଆୱାର୍ଡ ଆଣି ପାରି ନଥିଲେ।
/sambad/media/post_attachments/wp-content/uploads/2023/03/os1-710x430.jpg)
ତେବେ ୫୫ତମ ଏକାଡେମି ଆୱାର୍ଡରେ ପ୍ରଥମ ଥର ପାଇଁ ୧୯୮୩ ମସିହାରେ ଗାନ୍ଧୀ ଚଳଚ୍ଚିତ୍ରରେ ଶ୍ରେଷ୍ଠ ପୋଷାକ ଡିଜାଇନ ପାଇଁ ଭାନୁ ଆଥେୟା ଓସ୍କାର ପୁରସ୍କାର ଜିତି ଦେଶ ପାଇଁ ଗୌରବ ଆଣିଥିଲେ। ‘ବିଡ୍ ଗେମ୍’ ପାଇଁ ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମ ବର୍ଗରେ ଇଶୁ ପଟେଲଙ୍କୁ ମନୋନୀତ କରାଯାଇଥିଲା। ୧୯୯୨ରେ ଭାରତକୁ ଏକ ବଡ଼ ସଫଳତା ମିଳିଥିଲା। କିମ୍ବଦନ୍ତି ନିର୍ଦ୍ଦେଶକ ସତ୍ୟଜିତ୍ ରୟଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପାଇଁ ସମ୍ମାନସୂଚକ ଏକାଡେମି ଆୱାର୍ଡ ଦିଆଯାଇଥିଲା।
ଏହାର ଅନେକ ବର୍ଷ ପରେ ୨୦୦୯ରେ ୮୧ତମ ଏକାଡେମି ପୁରସ୍କାର ସମାରୋହରେ ଡାନି ବଏଲେଙ୍କ ‘ସ୍ଲମଡଗ୍ ମିଲିୟନେୟାର’ ବାଜିମାତ୍ କରିଥିଲା। ଉକ୍ତ ସିନେମା ୮ଟି ପୁରସ୍କାର ଜିତି ଭାରତକୁ ବିଶ୍ବ ସିନେମା ଜଗତରେ ସ୍ବତନ୍ତ୍ର ସ୍ଥାନ ଦେଇଥିଲା। ସେହି ସିନେମାର ଜୟ ହୋ ଗୀତ ପାଇଁ ଏଆର୍ ରହମାନ ଦୁଇଟି ପୁରସ୍କାର ଜିତିଥିଲେ। ୨୦୧୩ରେ ୯୧ତମ ଏକାଡେମୀ ପୁରସ୍କାର ସମାରୋହରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ପାଇଁ ପୁରସ୍କାର ମିଳିଥିଲା। ଏହାର ଦୀର୍ଘବର୍ଷ ପରେ ୨୦୧୯ରେ ୯୧ତମ ଏକାଡେମି ଆୱାର୍ଡ ଉତ୍ସବରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି (ଛୋଟ ବିଷୟ) ବର୍ଗରେ ଗୁନୀତ ମୋଙ୍ଗାଙ୍କ ପିରିୟଡ: ଏଣ୍ଡ୍ ଅଫ୍ ସେଣ୍ଟେନ୍ସ ଜିତିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/osc2.jpg)