ରାହୁଲଙ୍କୁ ଖୁବ୍‌ଶୀଘ୍ର ବିରୋଧୀ ଦଳମାନେ ନେତା ସ୍ୱୀକାର କରିବେ: ଖଡ଼୍‍ଗେ

ନୂଆଦିଲ୍ଲୀ: ଦେଶରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ୍‌ କରିବା ପାଇଁ କଂଗ୍ରେସ ପ୍ରୟାସ ଜାରି ରଖିଛି ଏବଂ ଏହି ପ୍ରକ୍ରିୟାରେ ଖୁବ୍‌୍‌ଶୀଘ୍ର ଅନ୍ୟ ବିରୋଧୀ ଦଳର ନେତାମାନେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ମେଣ୍ଟର ନେତା ଭାବେ ସ୍ୱୀକାର କରିବେ ବୋଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼୍‍ଗେ କହିଛନ୍ତି। ଆଜି ନୁହେଁ ତ କାଲି ଏହି ନେତାମାନେ ରାହୁଲଙ୍କୁ ହିଁ ନେତା ଭାବେ ସ୍ୱୀକାର କରିବେ ଏବଂ ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ସେ କହିଛନ୍ତି। ୨୦୧୯ ନିର୍ବାଚନରେ ବିରୋଧୀ ଦଳର ନେତୃତ୍ୱ କିଏ ନେବ ବୋଲି ପ୍ରଶ୍ନର ଜବାବରେ ଖଡ଼୍‍ଗେ ଏହା କହିଛନ୍ତି।

ସମ୍ବନ୍ଧିତ ଖବର