ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁ୍‌ଥିବା ଅଭିଯୋଗ ପରେ ଗିରଫ ହୋଇଥିବା ହରିୟାଣାର ହିସାରର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରି ଆସୁଛନ୍ତି। 

Advertisment

ମାଲହୋତ୍ରାଙ୍କ ଓକିଲ କୁମାର ମୁକେଶ ପ୍ରତିକ୍ରିୟା ଦେଇ କହିଛନ୍ତି, ଗୁରୁବାର ଜ୍ୟୋତି ମୋତେ ଓକିଲ ଭାବରେ ନିଯୁକ୍ତ କରିଛନ୍ତି।  ଜ୍ୟୋତି ମାଲହୋତ୍ରା ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଏବେ ତଦନ୍ତ ସମୟରେ ପୁଲିସ କ’ଣ ପାଇଛି ତାହା ଚାର୍ଜସିଟ୍ ପରେ ହିଁ ଜଣାପଡିବ।ସେହିପରି ମୁଁ ଜ୍ୟୋତିଙ୍କୁ କିଛି କାଗଜପତ୍ର ମାଗିଛି, ସେଗୁଡ଼ିକୁ ଆଇନ ଅନୁଯାୟୀ ଦିଆଯିବ।

ଏପର୍ଯ୍ୟନ୍ତ ଯାହାବି ଘଟିଛି ସବୁକିଛି ସମସ୍ତଙ୍କ ସାମ୍ନାରେ ଅଛି, ପୁଲିସ ଜ୍ୟୋତିଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରି ରିମାଣ୍ଡରେ ପଠାଇ ଦେଇଛି। ମୋବାଇଲ୍, ଲାପଟପ୍ ଜବତ କରିଛି। ବ୍ୟାଙ୍କ ଷ୍ଟେଟମେଣ୍ଟ ନିଆଯାଇଛି।ସବୁକିଛିର ତଦନ୍ତ ଚାଲିଛି।

ଟଙ୍କା ନେଣଦେଣକୁ ନେଇ ମୁଁ କହିବି ଜ୍ୟୋତି ହେଉଛନ୍ତି ଜଣେ ବ୍ଲଗର ତେବେ ତାଙ୍କୁ ଟଙ୍କା ମିଳିବ। ପ୍ରଶ୍ନ ହେଉଛି ଏହି ଟଙ୍କା କେଉଁଠାରୁ ଆସିଲା?  ଯଦି ଜ୍ୟୋତିଙ୍କୁ ଆଇଏସଆଇ କିମ୍ବା ପାକିସ୍ତାନୀ ଏଜେଣ୍ଟମାନେ ଟଙ୍କା ଦେଇଥିଲେ ତେବେ ଏହା ଏକ ଭିନ୍ନ କଥା, କିନ୍ତୁ ଯଦି ଏହା ଅନ୍ୟ କୌଣସି ସ୍ଥାନରୁ ଆସିଛି ତେବେ ଏହା ସ୍ୱାଭାବିକ।