ଆମ ସେନା ସବୁପ୍ରକାର ସୁରକ୍ଷା ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହିତ ଜାମ୍ମୁ ଓ କାଶ୍ମୀର ଏବ˚ ଲଦାଖକୁ ପୃଥକ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେବା ଫଳରେ ଗତ ୭୦ ବର୍ଷ ଧରି ଲୋକମାନେ ଭୋଗୁଥିବା ଭେଦଭାବ ଦୂର ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସି˚ ପ୍ରକାଶ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଇନଷ୍ଟିଚ୍ୟୁଟ ଅଫ୍‌ ଡିଫେନ୍ସ ଷ୍ଟଡିଜ ଆଣ୍ତ ଆନାଲିସିସ (ଆଇଡିଏସଏ)ର ବାର୍ଷିକ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ଶ୍ରୀ ରାଜନାଥ ସି˚ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଏହି ପ୍ରସଙ୍ଗର ସ୍ଥାୟୀ ସମାଧାନ ଖୋଜିବା ଲାଗି ପ୍ରାରମ୍ଭିକ ପ୍ରସ୍ତୁତି କରାଯାଇଥିଲା। ଏହି ନିଷ୍ପତ୍ତିର କିଛି ପ୍ରଭାବ ରହିବ। ପଡେ଼ାଶୀ ଦେଶ ଏଥିରେ ଖୁସି ନାହିଁ ଏବ˚ ଶାନ୍ତି ଭଙ୍ଗ କରିବା ଲାଗି ପ୍ରୟାସ କରୁଛି। ତେବେ ଆମ ସେନା ସୁରକ୍ଷା ଆହ୍ବାନକୁ ଗ୍ରହଣ କରିନେଇଛି ଏବ˚ ଯେକୌଣସି ପ୍ରକାର ବିପଦର ମୁକାବିଲା କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି।

ଆଇଡିଏସଏର କାର୍ଯ୍ୟକାରୀ ପରିଷଦ ଶ୍ରୀ ରାଜନାଥ ସି˚ଙ୍କୁ ସର୍ବସମ୍ମତିକ୍ରମେ ଅଧ୍ୟକ୍ଷ ଭାବେ ଚୟନ କରିଥିଲା। ଆଇଡିଏସଏର ମହାନିର୍ଦ୍ଦେଶକ ଶ୍ରୀ ସୁଜାନ ଆର. ଚିନଏ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ଏବ˚ ତାଙ୍କୁ ଆଇଡିଏସଏର ଭୂମିକା ଓ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର