ନୂଆଦିଲ୍ଲୀ: ଆମର ଟାର୍ଗେଟ୍ ଆତଙ୍କବାଦ ଏବଂ ଆତଙ୍କବାଦୀ... ଆମର ଟାର୍ଗେଟ୍ ନା ପାକିସ୍ତାନ ସେନା ନା ପାକିସ୍ତାନ ନାଗରିକ... ଆମର ଲଢେଇ କେବଳ ଆଉ କେବଳ ଆତଙ୍କବାଦ ବିରୋଧରେ... ଆମର ମିଶନ ସ୍ପଷ୍ଟ ଏବଂ ଆମର ଟାର୍ଗେଟ୍ ସ୍ପଷ୍ଟ ବୋଲି କହିଛନ୍ତି ଏୟାର ମର୍ଶାଲ ଏ.କେ ଭାରତୀ । 

Advertisment

ଅପରେସନ ସିନ୍ଦୂରକୁ ନେଇ ସେନାର ସାମ୍ୱାଦିକ ସମ୍ମିଳନୀ ବେଳେ ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି, ଆମ ଲଢେଇ ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ । କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା । ପାକ୍ ପ୍ରତିବାଦ କରିବାରୁ ତାକୁ ଜବାବ ଦେବା ଜରୁରୀ ଥିଲା । ଆତଙ୍କୀ ଉପରେ ଆକ୍ରମଣକୁ ପାକ୍ ନିଜ ଉପରକୁ ନେଇଗଲା । ପାକିସ୍ତାନର ଡ୍ରୋନ ଆକ୍ରମଣକୁ ପଣ୍ଡ କରିଛି ଆମ ସେନା । ପାକକୁ ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । 

ଚୀନର ମିସାଇଲକୁ ଆମେ ଆକାଶରେ ନଷ୍ଟ କରିଛୁ । ପାକିସ୍ତାନର ପିଏଲ-୧୫କୁ ମାରି ଖସାଇଦେଲୁ । ଚୀନ କ୍ଷେପଣାସ୍ତ୍ର ଓ ଡ୍ରୋନକୁ ନଷ୍ଟ କରାଗଲା । ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସହ ଅଛନ୍ତି । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିଥିଲା  ମାତ୍ର ଭାରତର ଏୟାର ଡିଫେନ୍ସ ପ୍ରାଚୀର ଭଳି ଛିଡ଼ା ହୋଇଥିଲା । 

ମେ ୯ ଓ ୧୦ରେ ହୋଇଥିବା ଆକ୍ରମଣକୁ ପଣ୍ଡ କରିଥିଲା ସେନା । ଆତଙ୍କବାଦୀଙ୍କ ଉପରେ ଆମେ ସଠିକ ଆକ୍ରମଣ କରିଛୁ । ଆମେ ସୀମା ନଡେଇଁ ସାମରିକ ଆକ୍ସନ ନେଲୁ । ପାକ୍ ଏୟାରବେସ ଉପରେ ଆକ୍ରମଣ ଭିଡିଓ ଜାରି କଲୁ । ଭାରତର ସମସ୍ତ ଏୟାରବେସ ସୁରକ୍ଷିତ ଅଛି ବୋଲି କହିଛନ୍ତି ଏୟାର ମର୍ଶାଲ । 

ତେବେ ଭାରତର ସୀମା ଟପି ପାରିଲେନି କୌଣସି ବି ପାକ ବିମାନ । ଭାରତର ସୀମାରେ ରହି ଆମେ ମୁହଁତୋଡ଼ ଜବାବ ଦେଲୁ । ଆମେ ଆମର ମିଶନ ପୂରା କରିଛୁ । ଭବିଷ୍ୟତର ମିଶନ ପାଇଁ ଆମେ ପ୍ରସ୍ତୁତ । ଆମେ ଯେତେବେଳେ ଚାହିଁଲେ ଆକ୍ରମଣ କରିପାରିବୁ । ଭବିଷ୍ୟତରେ ଭାରତର ଆକ୍ରମଣ ଭିନ୍ନ ଧରଣର ହେବ । ଭାରତର ସୈନ୍ୟ ଶିବିର ଉପରେ ଆକ୍ରମଣ ଅସମ୍ଭବ । ଭାରତୀୟ ନୌସେନା ପାକିସ୍ତାନକୁ ଡରାଇ ରଖିଥିଲେ । ଶତ୍ରୁ ଜାହାଜକୁ ପାଖକୁ ଆସିବାକୁ ଦିଆଗଲାନି । ଆରବ ସାଗରରେ ତୀକ୍ଷଣ ନଜର ରଖିଥିଲା ନୌସେନା ବୋଲି ସେନା ପ୍ରେସମିଟରେ କୁହାଯାଇଛି ।