‘ସ୍କାଏଲାବ’ ପରେ ଏବେ ‘ସିଆଙ୍ଗଙ୍ଗ-୧ ’ ପୃଥିବୀରେ ବାଡେଇ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ୧୯୭୧ ମସିହାରେ ଆମେରିକୀୟ କୃତିମ ଉପଗ୍ରହ ସ୍କାଏଲାବ ଭୂପୃଷ୍ଠରେ ଖସି ପଡ଼ିବା ନେଇ ସମଗ୍ର ବିଶ୍ୱରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣମାଧ୍ୟମ ଏତେ ଶକ୍ତିଶାଳୀ ନ ଥିବାରୁ ବିଭିନ୍ନ ଉଡ଼ା କଥା ପଲ୍ଲୀରୁ ସହର ଯାଏ ବ୍ୟାପୀ ଯାଇଥିଲା। ତେବେ ସେତେବେଳେ ସଫଳତାର ସହିତ ସ୍କାଏଲାବର ୨୪ ଖଣ୍ଡ ଅଂଶକୁ ଅଷ୍ଟ୍ରେଲିଆର ଉପକୂଳରେ ଖସାଇବାରେ ବୈଜ୍ଞାନିକମାନେ ସଫଳ ହୋଇଥିଲେ। ତେବେ ବର୍ତ୍ତମାନ ଆଉ ଏକ କୃତିମ ମହାଜାଗତିକ ବସ୍ତୁ ବିଶ୍ୱ ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିଛି। ଚୀନ୍‌ର ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ‘ସିଆଙ୍ଗଙ୍ଗ-୧ ’ ଉପରୁ ଚୀନ୍‌ର ବୈଜ୍ଞାନିକମାନେ ପ୍ରାୟ ୨ ବର୍ଷ ହେବ ନିୟନ୍ତ୍ରଣ ହରାଇବା ପରେ ଏହି ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ପୃଥିବୀ ଉପରେ ମାଡ଼ କରିବା ପାଇଁ ପୃଥିବୀ ଆଡକୁ ଆଡ଼ି ଆସୁଛି।ତେବେ ଏହା ପୃଥିବୀ ପୃଷ୍ଠରେ କେଉଁଠି ମାଡ଼ କରିବ ତାହା ସ୍ପଷ୍ଟ ହୋଇ ନ ଥିବାରୁ ବୈଜ୍ଞାନିକମାନଙ୍କ ମଧ୍ୟରେ ଏହାକୁ ନେଇ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଛି।


ବିଭିନ୍ନ ସାମାଜିକ ଗଣମାଧ୍ୟମରେ ହୋଇଥିିବା ବିଭିନ୍ନ ପୋଷ୍ଟିଂରେ ଅନୁମାନ କରାଯାଉଛି ଯେ ଏହି ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର‘ସିଆଙ୍ଗଙ୍ଗ-୧ ’’ ବା ‘ସ୍ୱର୍ଗୀୟ ପ୍ରାସଦ’ ଟି ସମ୍ଭବତଃ ମାର୍ଚ ୨୪ ତାରିଖରୁ ଏପ୍ରିଲ ୧୯ ତାରିଖ ମଧ୍ୟରେ ପୃଥିବୀରେ ଖସିପଡ଼ିବ। ୮ ଟନ୍‌ ଓଜନ୍‌ ବିଶିଷ୍ଠ ଏହି ଗବେଷଣା କେନ୍ଦ୍ରରେ ପ୍ରଚୁର ପରିମାଣର ରାସାୟନିକ ପଦାର୍ଥ ସହିତ ଦହନଶୀଳ ହାଇଡ୍ରୋଜେନ୍‌ ଗ୍ୟାସ ଥିବାରୁ ଏହା ପୃଥିବୀ ପୃଷ୍ଠରେ ପଡ଼ିବା ପରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଜର୍ମାନୀର ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ‘ସିଆଙ୍ଗଙ୍ଗ-୧ ’ସମ୍ଭବତଃ ୪୩ ଡିଗ୍ରି ଉତ୍ତର ଓ ୪୩ ଡିଗ୍ରି ଦକ୍ଷିଣ ଅକ୍ଷାଂଶରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ। ଫଳରେ ଏହା ଯେ କୌଣସି ୟୁରୋପୀୟ ଦେଶରେ ଖସିପଡ଼ିପାରେ ବୋଲିି ଆାଶଙ୍କା କରାଯାଉଛି। ଅପରପକ୍ଷେ , ପୃଥିିବୀର ୭୦ ଭାଗ ଜଳ ଥିବାରୁ, ଏହା କୌଣସି ମହାସାଗରରେ ଖସି ପଡ଼ିପାରେ ବୋଲି ମଧ୍ୟ ି ଅନୁମାନ କରାଯାଉଛି।
୧୨ ମିଟର ଲମ୍ବ ଓ ୩.୩ ମିଟର ପରିଧି ବିଶିଷ୍ଠ ୮ଟନ୍‌ ଓଜନର ‘ସିଆଙ୍ଗଙ୍ଗ-୧ ’ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ବାୟୁମଣ୍ଡଳରେ ପ୍ରବେଶ କରିବା ପରେଏହା ଖଣ୍ଡ ଖଣ୍ଡ ହୋଇ ଜଳିଯିବ ବୋଲି କେତେକ ବୈଜ୍ଞାନିକ କହୁଥିବା ବେଳେ ତଥାପି ସମଗ୍ର ‘ସିଆଙ୍ଗଙ୍ଗ-୧ ’ସମ୍ପୂର୍ଣ୍ଣଭାବେ ନ ଜଳି ଏକ ବଡ଼ ଖଣ୍ଡ ପୃଥିବୀରେ ବାଡ଼େଇ ହୋଇପାରେ ବୋଲି ଅନ୍ୟ କେତେକ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର