ନୂଆଦିଲ୍ଲୀ: ମାଲେଗାଁଓ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ହୋଇଛନ୍ତି ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର । ତେବେ ସେ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇବା ପରେ କୋର୍ଟ୍ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ପ୍ରଜ୍ଞା ସିଂହ ଠାକୁର ଭୋପାଳରେ କ୍ରିକେଟ ଖେଳୁଥିବାର ଭିଡିଓ ସାମନାକୁ ଆସିବା ପରେ ସେ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ଏହି ବର୍ଷ ଅକ୍ଟୋବର ମାସରେ ମଧ୍ୟ ପ୍ରଜ୍ଞା ସିଂହ ଠାକୁର କଠୋର ସମାଲୋଚନାର ସମ୍ମୁଖୀନ ହୋଇଥିଲେ ଯେତେବେଳେ ତାଙ୍କର କବାଡି ଖେଳୁଥିବାର ଭିଡିଓ ଅନଲାଇନରେ ଦେଖିବାକୁ ମିଳିଥିଲା । ସମାଲୋଚକମାନେ ସେତେବେଳେ କହିଥିଲେ, ପ୍ରଜ୍ଞା ଠାକୁର କୌଣସି ବି ରୋଗରେ ପୀଡିତ ହୋଇନାହାନ୍ତି ଯେମିତି ସେ ପୂର୍ବରୁ କହିଛନ୍ତି।

Advertisment

ଭିଡିଓରେ ଦେଖା ଯାଉଛି ପ୍ରଜ୍ଞା ଠାକୁର ତାଙ୍କ ସଂସଦୀୟ ଆସନ କ୍ଷେତ୍ରରେ କିଛି ଲୋକଙ୍କ ସହିତ କ୍ରିକେଟ ଖେଳୁଛନ୍ତି। ପୁର୍ବରୁ ନବରାତ୍ର ସମୟରେ ଗର୍ବା ଖେଳି ମଧ୍ୟ ପ୍ରଜ୍ଞା ଠାକୁର ସମାଲୋଚନାର ଶିକାର ହୋଇଛନ୍ତି । ଏହାଛଡା ପ୍ରଜ୍ଞା ଠାକୁର ବାସ୍କେଟବଲ୍ ଖେଳି ମଧ୍ୟ ଲୋକଙ୍କ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଛନ୍ତି ।

୨୦୦୮ ମସିହାରେ ପ୍ରଜ୍ଞା ଠାକୁର ମାଲେଗାଓଁ ବିସ୍ଫୋରଣ ମାମଲା ଅଭିଯୋଗରେ ଗିରଫ ହୋଇଥିଲେ । ସ୍ଵାସ୍ଥ୍ୟଗତ କାରଣ ନେଇ ସେ ୨୦୧୭ ମସିହାରେ ଜାମିନ ପାଇଥିଲେ । ଗମ୍ଭୀର ରୋଗରେ ପୀଡିତ ହୋଇଥିବା ଦର୍ଶାଇ ପ୍ରଜ୍ଞା ଠାକୁର ବହୁବାର କୋର୍ଟ ଶୁଣାଣିରୁ ବର୍ତ୍ତିଯାଇଛନ୍ତି । ସେ କେବେ କେବେ ହ୍ଵିଲ୍ ଚେୟାରରେ ସାମାଜିକ ସ୍ଥାନକୁ ମଧ୍ୟ ଆସିଛନ୍ତି । ପ୍ରଜ୍ଞା ଠାକୁର ବର୍ତ୍ତମାନ ମୁମ୍ବାଇର ଏକ କୋର୍ଟରେ କଠୋର ୟୁଏପିଏ ଧାରା ଅନୁସାରେ ମାମଲାର ସାମନା କରୁଛନ୍ତି ।