ଗତ ଦଶଦିନ ମଧ୍ୟରେ ଶିରିଡ଼ି ସାଇ ମନ୍ଦିରକୁ ଭକ୍ତ ଦାନ କରିଛନ୍ତି ୩.୦୯ କୋଟି ଟଙ୍କା

ନୂଆଦିଲ୍ଲୀ: ଉଧବ ଠାକରେଙ୍କ ନେତୃତ୍ୱାଧୀନ ସରକାରଙ୍କ ଅନୁମୋଦନ ପରେ ଶିରିଡ଼ ସାଇ ମନ୍ଦିରକୁ ନ‌ଭେମ୍ବର ୧୬ ତାରିଖରେ ପୁଣିଥରେ ଖୋଲା ଯାଇଛି। ବୁଧବାର ସୁଦ୍ଧା ୧ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ସୂଚନା ରହିଛି ।ଏଥିସହିତ ଗତ ଦଶ ଦିନ ମଧ୍ୟରେ ସାଇ ବାବାଙ୍କ ଭକ୍ତମାନେ ୩.୦୯ କୋଟି ଟଙ୍କା ଦାନ କରିଛନ୍ତି।

ଏକ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୋଟ ନଗଦ ୧,୫୨,୫୭,୧୦୨ ଟଙ୍କା ଦାନ କରାଯାଇଛି। ଏଥିସହ ୨,୮୫,୬୨୯ ଟଙ୍କା ମୂଲ୍ୟର ୬୪ ଗ୍ରାମ ସୁନା ସହିତ ୯୩,୦୦୦ଟଙ୍କା ମୂଲ୍ୟର ୨.୮ କିଲୋଗ୍ରାମ ରୂପା ମଧ୍ୟ ସାଇ ବାବା ମନ୍ଦିରକୁ ଦାନ କରାଯାଇଛି।

ଏହାପୂର୍ବରୁ ନଭେମ୍ବର ୧୫ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଠାକରେ ଧାର୍ମିକସ୍ଥଳକୁ ପୁଣିଥରେ ଖୋଲିବାକୁ ନେଇ କହିଥିଲେ, ମହାମାରୀ କରୋନା ଏବେ ବି ଆମ ପାର୍ଶ୍ବରେ ରହିଛି ବୋଲି ଭୁଲି ଯିବା ନାହିଁ। ହୁଏତ ଏହାର ପ୍ରଭାବ କମିକମି ଆସୁଛି, କିନ୍ତୁ ଏହାକୁ ଅଣଦେଖା କରି ପାରିବା ନାହିଁ। ନାଗରିକମାନେ ସଚେତନ ରହିବା ଉଚିତ। ହୋଲି, ଗଣେଶ, ଚତୁର୍ଥ, ନବରାତ୍ରୀ, ମାଉଣ୍ଟ ମେରୀ ଓ ଇଦ ଭଳି ଉତ୍ସବ ପାଳନ କରିବା ସମୟରେ କୋଭିଡ-୧୯ ସୁରକ୍ଷା ପ୍ରୋଟୋକଲ ଅନୁସରଣ କରିବାକୁ ହେବ।

ରାଜ୍ୟ ସରକାରଙ୍କ ଦ୍ବାରା ଜାରି ଏସଓପି ଅନୁସାରେ, କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ଅନୁଯାୟୀ, କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ଦ୍ଧାରିତ ସମୟ ଅନୁଯାୟୀ କୋଭିଡ-୧୯ ନିୟନ୍ତ୍ରଣ କ୍ଷେତ୍ର ବାହାରେ ଧାର୍ମିକ ସ୍ଥାନ ଖୋଲିବାକୁ ଅନୁମତି ଦିଆଯାଇଛି ।

ସରକାରଙ୍କ ଦ୍ୱାରା ନିର୍ମିତ ଏସଓପି ଅନୁଯାୟୀ, କେବଳ ଲକ୍ଷଣ ନଥିବା ଲୋକଙ୍କୁ ପୂଜାପାଠ ସ୍ଥାନ ଭିତରକୁ ଯିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ଭକ୍ତମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଏହିପରି ସ୍ଥାନଗୁଡିକରେ ଥର୍ମାଲ୍ ସ୍କାନିଂ କରିବା ସହିତ ହାତ ଧୋଇବା ବ୍ୟବସ୍ଥା ରହିବା ଉଚିତ।

ସମ୍ବନ୍ଧିତ ଖବର