ମାତ୍ର ୮ ଦିନରେ ପ୍ରାୟ ୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅମରନାଥ ଦର୍ଶନ କଲେ

ଜମ୍ମୁ : ଗତ ମାତ୍ର ୮ ଦିନରେ ପ୍ରାୟ ୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫାରେ ପବିତ୍ର ତୁଷାର ଶିବଲିଙ୍ଗଙ୍କୁ ଦର୍ଶନ କରିଛନ୍ତି । ସୋମବାରଦିନ ସୁରକ୍ଷା କାରଣରୁ ଯାତ୍ରା ବନ୍ଦ ଥିବାବେଳେ ମଙ୍ଗଳବାରଦିନ ୫୯୬୪ ଜଣିଆ ଆଉ ଏକ ଦଳ ପବିତ୍ର ଗୁମ୍ଫା ଅଭିମୁଖେ ବାହାରିଛନ୍ତି ବୋଲି ଜାମ୍ମୁ ଓ କାଶ୍ମୀର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।


ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୧୧ ହଜାର ୬୯୯ ଜଣ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ଦର୍ଶନ କରିଛନ୍ତି । ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହୋଇଥିବାବେଳେ ତାହା ଆସନ୍ତା ଅଗଷ୍ଟ ୧୫ରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ସମାପ୍ତ ହେବ । ଯାତ୍ରା ଶେଷ ହେବାକୁ ଆହୁରି ଏକ ମାସରୁ ଅଧିକ ସମୟ ଥିବାରୁ ଏଥର ଯାତ୍ରୀ ସଂଖ୍ୟା ଗତ ବର୍ଷ ତୁଳନାରେ ଅଧିକ ହେବା ଆଶା କରାଯାଉଛି । ଏଥର ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ସେନା, ସିଆରପିଏଫ ଓ ଆଇଟିବିପି ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସମ୍ବନ୍ଧିତ ଖବର