ଅଶାନ୍ତ କଶ୍ମୀର : ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହେଲେଣି

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏହାକୁ ତାଳଦେଇ ଭାରତୀୟ ସୁରକ୍ଷା ବାହିନୀ ମଧ୍ୟ ନିଜର ଅଭିଯାନକୁ ତୀବ୍ର କରିଛି ।

ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ମେ ମାସ ସୁଦ୍ଧା କଶ୍ମୀର ଘାଟିରେ ସୁରକ୍ଷାବଳଙ୍କ ଗୁଳିରେ ୧୦୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି ସ୍ଥାନରେ ଆତଙ୍କବାଦୀ ପ୍ରାଣ ହରାଉଛନ୍ତି । ବୁଧବାରଦିନ ଜମ୍ମୁ ଓ କଶ୍ମୀରର ସୋପିଆଁ ଜିଲ୍ଲାର ସୁଗ୍ଗୁ ଅଂଚଳରେ ସେନା ଗୁଳିରେ ପାଞ୍ଚ ଜଣ ଅଜ୍ଞାତ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଗତକାଲିଠାରୁ ଆଜି ମଧ୍ୟରେ ହିଜବୁଲ ମୁଜାହିଦ୍ଦିନର ୯ ଜଣ ଆତଙ୍କବାଦୀ ପ୍ରାଣ ହରାଇସାରିଲେଣି । ଗତ ୨ ସପ୍ତାହରେ ସେନା,ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଦ୍ୱାରା ୯ଟି ବଡ଼ ଅପରେସନ କରାଯାଇଛି । ଏଥିରେ ୨୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଚଳିତ ବର୍ଷ ରିଆଜ ନାଇକୋ ଓ ଫୌଜୀ ଭାଇ ପରି କମାଣ୍ଡର ମଧ୍ୟ ପ୍ରାଣ ହରାଇଛନ୍ତି ।

ସୁରକ୍ଷାବଳ ଦ୍ୱାରା ନିୟମିତ ଅପରେସନ ସତ୍ତ୍ୱେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଓ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି । ଗତ ସପ୍ତାହରେ ସୁରକ୍ଷାବଳ ଗୁଳିରେ ଜଣେ ସରପଞ୍ଚ ପ୍ରାଣ ହରାଇଥିଲେ । ସେ କାଶ୍ମିରୀ ପଣ୍ଡିତ ସଂପ୍ରଦାୟର ଥିଲେ ।

ସମ୍ବନ୍ଧିତ ଖବର