କରୋନା ଆକ୍ରାନ୍ତ ହେଲେ ମହାରାଷ୍ଟ୍ରର ୧୦୦୦ରୁ ଅଧିକ ପୁଲିସ କର୍ମଚାରୀ

ମୁମ୍ବାଇ: ମହାରାଷ୍ଟ୍ରରେ ଅତିକମରେ ୧,୦୦୧ ପୁଲିସ କର୍ମଚାରୀ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି | ସେଥିମଧ୍ୟରୁ ୮୫୧ଟି ସକ୍ରିୟ ମାମଲା ରହିଥିବାବେଳେ ୧୪୨ଜଣ ସୁସ୍ଥ ହୋଇଛନ୍ତି। ଏହା ସହ ମହାରାଷ୍ଟ୍ରର ୮ଜଣ ପୁଲିସ କର୍ମଚାରୀ କୋଭିଡ୍ -୧୯ ଦ୍ୱାରା ଆକ୍ରାନ୍ତ ହେବା ପରେ ମୃତ୍ୟୁବରଣ କରିଛନ୍ତି। ମହାରାଷ୍ଟ୍ର ପୁଲିସ କହିଛି ଯେ, ଲକଡାଉନ ସମୟରେ ପୁଲିସ କର୍ମଚାରୀଙ୍କ ଉପରେ ପ୍ରାୟ ୨୧୮ ଟି ଆକ୍ରମଣ ହୋଇଛି ଏବଂ ୭୭୦ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ମେ ୧୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୭୮୦୦୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୬୨୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୫୪୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

Over 1,000 Maharashtra cops tested positive for COVID-19 so far, 7 ...
DNA India

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୭ ଜଣ, ଆସାମରେ ୨ ଜଣ, ବିହାରରେ ୭ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୦୬ ଜଣ, ଗୁଜରାଟରେ ୫୬୬ ଜଣ, ହରିୟାଣାରେ ୧୧ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୧୧ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୩ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୩୨ ଜଣ, ମହାରାଷ୍ଟ୍ରରେ ୯୭୫ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୨ ଜଣ, ରାଜସ୍ଥାନରେ ୧୨୧ ଜଣ, ତାମିଲନାଡୁରେ ୬୪ ଜଣ, ତେଲେଙ୍ଗାନାରେ ୩୪ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୮୩ ଜଣ ଏବଂ ପଶ୍ଚମବଙ୍ଗରେ ୨୦୭ ଜଣ ।

ସମ୍ବନ୍ଧିତ ଖବର