କରୋନା ମହାମାରୀର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ୧୦୦,୦୦୦ରୁ ଅଧିକ ପିଲା ଅନାଥ ହୋଇଛନ୍ତି: ଏନସିପିସିଆର

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ମହାମାରୀର ପ୍ରଥମ ଏବଂ ଦ୍ୱିତୀୟ ଲହର ସମୟରେ ୧୦୦,୦୦୦ରୁ ଅଧିକ ପିଲା ସେମାନଙ୍କ ଉଭୟ ପିତାମାତାଙ୍କୁ ହରାଇଛନ୍ତି | ଆଜି ଏନେଇ ନ୍ୟାସନାଲ କମିସନ ଫର ପ୍ରୋଟେକସନ ଅଫ୍ ଚାଇଲଡ ରାଇଟସ (ଏନସିପିସିଆର) ବୁଧବାର ସୁପ୍ରିମକୋର୍ଟକୁ ଏହି ସୂଚନା ଦେଇଛନ୍ତି।

ଅନାଥ ଶିଶୁମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ବାଲ ସ୍ୱରାଜ ନାମକ ଏକ ଉତ୍ସର୍ଗୀକୃତ ୱେବସାଇଟ୍ ଚଳାଉଥିବା ଏନସିପିସିଆର ଓକିଲ ସ୍ବରୂପା ଚତୁର୍ବେଦୀ ମାଧ୍ୟମରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି। ଏଥିରେ ଲେଖା ଅଛି ଯେ, ଏପ୍ରିଲ୍ ୧, ୨୦୨୦ ରୁ ଅଗଷ୍ଟ ୨୩, ୨୦୨୧ମଧ୍ୟରେ କରୋନା ପାଇଁ ୧୦୧,୦୩୨ ପିଲା ଅନାଥ ହୋଇଯାଇଛନ୍ତି କିମ୍ବା ସେମାନଙ୍କ ମାତାପିତାଙ୍କୁ ମଧ୍ୟରୁ ଜଣକୁ ହରାଇଛନ୍ତି।

indiatoday.in

ଏନସିପିସିଆର କହିଛି ଯେ, ଏଥିମଧ୍ୟରୁ ୮,୧୬୧ଜଣ  ଅନାଥ, ୩୯୬ଜଣ ପିଲା ପରିତ୍ୟକ୍ତ ଏବଂ ୯୨,୪୭୫ ଜଣ ସେମାନଙ୍କ ପିତାମାତାଙ୍କ ମଧ୍ୟରୁ ଜଣକୁ ହରାଇଛନ୍ତି। ଏହା ହେଉଛି ଏନସିପିସିଆର ଦ୍ବାରା ଦାଖଲ ହୋଇଥିବା ତୃତୀୟ ଆଫିଡେଭିଟ୍ | ରାଜ୍ୟଗୁଡିକରୁ ପ୍ରାପ୍ତ ସୂଚନା ପ୍ରଦାନ କରୁଥିବା ଏନସିପିସିଆର ଜୁଲାଇ ୨୩ରେ ଦେଇଥିବା ଆଫିଡେଭିଟରେ ୬,୮୫୫ଜଣ  ଅନାଥ, ୬୮,୨୧୮ ଜଣ ସେମାନଙ୍କ ପିତାମାତାଙ୍କ ମଧ୍ୟରୁ ଜଣକୁ ହରାଇଛନ୍ତି ଏବଂ ୨୪୭ଜଣ ପରିତ୍ୟକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର