ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷରୁ ଅଧିକ କୋଭିଡ୍-୧୯ ନମୁନା ପରୀକ୍ଷା କରାଯାଇଛି। ଏବଂ ଏହା ଏକ ସର୍ବକାଳୀନ ରେକର୍ଡ ଥିବା ଜଣାପଡ଼ିଛି।
ଦେଶରେ ବୃଦ୍ଧି ପାଇ ଚାଲିଥିବା କରୋନାଭାଇରସ୍ ବା କୋଭିଡ୍- ୧୯ ମହାମାରୀ ଉପରେ ଲଗାମ୍ ଲଗାଇବା ପାଇଁ ଉଚ୍ଚ ପରୀକ୍ଷଣ ହେଉଛି କରୋନା ରଣନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରତ୍ୟେକ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ହେଉଛି ଏହାର ଲକ୍ଷ୍ୟ।
କରୋନାଭାଇରସ୍ ସଂକ୍ରମଣର ବିସ୍ତାରକୁ ରୋକିବା ହେଉଛି ସରକାରଙ୍କ ପାଇଁ ଏକ ବଡ଼ ଆହ୍ଵାନ। ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ସୂଚନା ଦେଇ କହିଛି ଯେ କୋଭିଡ୍-୧୯ ବିରୋଧରେ ଆରମ୍ଭ ହୋଇଥିବା ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପ୍ରଥମ ଥର ପାଇଁ, ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷରୁ ଅଧିକ ୧୨,୦୬,୮୦୬ଟି କୋଭିଡ୍-୧୯ ନମୁନା ପରୀକ୍ଷା କରାଯାଇଛି।
ଏହି ପରୀକ୍ଷା ଗୋଟିଏ ଦିନରେ ସଂପାଦିତ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ପରୀକ୍ଷା ୬.୩୬ କୋଟି (୬,୩୬,୬୧,୦୬୦) ଅତିକ୍ରମ କରିଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ସଂପ୍ରତି ପ୍ରତି ନିୟୁତ ଜନସଂଖ୍ୟାରେ ୪୬,୧୩୧ ନମୁନା ପରୀକ୍ଷା କରାଯାଉଛି। ୮ ଏପ୍ରିଲରେ ପ୍ରତିଦିନ କେବଳ ୧୦,୦୦୦ ପରୀକ୍ଷା ହେଉଥିବା ବେଳେ ଏବେ ତାହା ୧୨ ଲକ୍ଷ ଅତିକ୍ରମ କରିଛି। ବିଗତ ୯ ଦିନ ମଧ୍ୟରେ ୧ କୋଟି ନମୁନା ପରୀକ୍ଷା କରା ଯାଇଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
କୋଭିଡ୍-୧୯ ନମୁନା ପରୀକ୍ଷାରେ ସର୍ବକାଳୀନ ରେକର୍ଡ; ୨୪ ଘଣ୍ଟାରେ ପରୀକ୍ଷା ହେଲା ୧୨ ଲକ୍ଷରୁ ଅଧିକ ନମୁନା
/sambad/media/post_attachments/wp-content/uploads/2020/09/coronavirus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)