ନୂଆଦିଲ୍ଲୀ: ଗତବର୍ଷ ସମଗ୍ର ଦେଶରେ ୧୩,୦୦୦ରୁ ଅଧିକ ରେଳ ଦୁର୍ଘଟଣା ଘଟି ପ୍ରାୟ ୧୨,୦୦୦ ଯାତ୍ରୀ ପ୍ରାଣ ହରାଇଥିବା କଥା ନିକଟରେ ପ୍ରକାଶିତ ‘ନ୍ୟାସ୍ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ’ (ଏନ୍ସିଆର୍ବି) ରିପୋର୍ଟରୁ ଜଣାପଡ଼ିଛି।
ସେହି ଅନୁସାରେ, ହିସାବ କଲେ ୨୦୨୦ରେ ହୋଇଥିବା ଏହି ସବୁ ଦୁର୍ଘଟଣାରେ ଦୈନିକ ହାରାହାରି ୩୨ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ରିପୋର୍ଟରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଉପରୋକ୍ତ ରେଳ ଦୁର୍ଘଟଣାରେ ୭୦% ବା ୮,୪୦୦ ବ୍ୟକ୍ତି ରେଳଗାଡ଼ିରୁ ଖସିପଡ଼ି ବା ରେଳଗାଡ଼ି ଆସୁଥିବା ବେଳେ ଟ୍ରାକ୍ ପାରିହେଉଥିବା ବେଳେ ପ୍ରାଣ ହରାଇଛନ୍ତି।
ସୂଚନାଯୋଗ୍ୟ, କରୋନାଭାଇରସ୍ ମହାମାରୀ ଯୋଗୁଁ ଦେଶରେ ୪୫% ପାସେଞ୍ଜର୍ ଟ୍ରେନ୍ ବନ୍ଦ ଥିବା ବେଳେ ଏତେ ସଂଖ୍ୟକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି।
Image Courtesy of India Todayସମଗ୍ର ଦେଶରେ ଘଟିଥିବା ରେଳ ଦୁର୍ଘଟଣା ଏବଂ ସେ ଜନିତ ପ୍ରାଣହାନି ତାଲିକାରେ ମହାରାଷ୍ଟ୍ର ପ୍ରଥମ, ବିହାର ଦ୍ୱିତୀୟ ଓ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛନ୍ତି।
‘ରେଲ୍େଓ୍ଵ କ୍ରସିଙ୍ଗ୍’ରେ ଘଟିଥିବା ଟ୍ରେନ୍ ଧକ୍କାରେ ଉତ୍ତର ପ୍ରଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ବିହାର ଓ ମଧ୍ୟପ୍ରଦେଶ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ବିଗତ ବର୍ଷମାନଙ୍କ ତୁଳନାରେ ୨୦୨୦ରେ ରେଳ ଦୁର୍ଘଟଣା ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇଛି। ‘ଏନ୍ସିଆର୍ବି’ ବାର୍ଷିକ ରିପୋର୍ଟ ଅନୁସାରେ, ୨୦୧୯ରେ ସମଗ୍ର ଦେଶରେ ୨୭,୯୮୭ଟି ରେଳ ଦୁର୍ଘଟଣା ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/train1.jpg)