ନୂଆଦିଲ୍ଲୀ : ୟୁକ୍ରେନରୁ ୧୩,୩୦୦ ଭାରତୀୟ ସ୍ବଦେଶ ଫେରିଛନ୍ତି। ବର୍ତ୍ତମାନ ସୁମି ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଆଜି ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି। ତାଙ୍କ କହିବା ମୁତାବକ,୧୩,୩୦୦ ଭାରତୀୟଙ୍କୁ ୬୩ଟି ବିମାନରେ ଭାରତ ଅଣାଯାଇଛି।ସୁମି ଏବଂ କିଛି ଅଞ୍ଚଳ ବ୍ୟତୀତ ବହୁ ସଂଖ୍ୟକ ଭାରତୀୟ ୟୁକ୍ରେନ ଛାଡିଛନ୍ତି। ଦୂତାବାସ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବ। ପ୍ରାୟ ସମସ୍ତ ଭାରତୀୟ ଖାର୍କିବ ସହର ଛାଡିଛନ୍ତି। ଏପର୍ଯ୍ୟନ୍ତ ମୁଁ ଜାଣିିଛି ଯେ ଖାର୍କିବରେ ଆଉ କେହି ଭାରତୀୟ ନାହାଁନ୍ତି । ବର୍ତ୍ତମାନ ସୁମି ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଏବେ ସର୍ବୋତ୍ତମ ବିକଳ୍ପ ହେଉଛି ଅସ୍ତ୍ରବିରତି।
/sambad/media/post_attachments/33bbd3efb93b2e8c75eb202b35c3eaea9f799fcadb4d49ad2550407a99050180.jpg)
ତେବେ ଏହା ପୂର୍ବରୁୁ କିବ୍ ଏବଂ ଖାରକିବ୍ ପରେ ୟୁକ୍ରେନ୍ର ଉତ୍ତରପୂର୍ବ ସୀମାନ୍ତ ସହର ସୁମିରେ ରୁଷ୍ ସେନାର ପ୍ରଚଣ୍ଡ ଆକ୍ରମଣ ଚାଲିଥିବା ନେଇ ସୂଚନା ମିଳିଥିଲା । ସୁମିରେ ଅହରହ ଗୁଳିବର୍ଷା ମଧ୍ୟରେ ଶତାଧିକ ଭାରତୀୟ ଛାତ୍ର ଫସି ରହିଥିବା ସହ ଉଦ୍ଧାର ପାଇଁ ସେମାନେ ସୋସିଆଲ ମିଡିଆରେ ଆକୁଳ ନିବେଦନ କରିଥିଲେ। ସୁମିରେ ଏବେ ପ୍ରାୟ ୭୦୦ରୁ ଅଧିକ ମେଡିକାଲ୍ ଛାତ୍ର ଫସି ରହିଥିବା ବେଳେ ସେମାନଙ୍କ ଉଦ୍ଧାର ନେଇ ଦୂତାବାସ ବସର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।।