ଦିଲ୍ଲୀରେ ପ୍ରବେଶ କରିବେ ୧୫ ହଜାର ପ୍ରତିବାଦକାରୀ କୃଷକ

ନୂଆଦିଲ୍ଲୀ: ‘ଭାରତ କିଷାନ୍‌ ୟୁନିୟନ୍‌’ ବ୍ୟାନର୍‌ରେ ପ୍ରତିବାଦ ଚଳାଇଥିବା ୧୫ ହଜାରରୁ ଅଧିକ କୃଷକ ଶନିବାର ଦିନ ଜାତୀୟ ରାଜଧାନୀରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ରାଜଧାନୀରେ ପ୍ରବେଶ କରିବା ନିମନ୍ତେ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଏଡି ପ୍ରତିବାଦ ଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ନିମନ୍ତେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଛି।

ପଶ୍ଚିମ ଉତ୍ତର ପ୍ରଦେଶରହରଣପୁର ଠାରୁ ଏହି ପ୍ରତିବାଦ ଯାତ୍ରା ଆରମ୍ଭ ହୋଇଛି।

Representative Image

ଆଖୁ ବାବଦରେ ବକେୟା ଦେୟ, ଥରିକିଆ ନିଃସର୍ତ୍ତ ଋଣଛାଡ଼, ପଶ୍ଚିମ ଉତ୍ତର ପ୍ରଦେଶରେ ଥିବା ଗଙ୍ଗାନଦୀର ଶାଖାଗୁଡ଼ିକର ସଫେଇ।

ଶୁକ୍ରବାର ଦିନ ପ୍ରତିବାଦକାରୀମାନେ ନଇଡ଼ାରେ ପହଞ୍ଚି କୃଷି ଓ କୃଷକ ମଙ୍ଗଳ ମନ୍ତ୍ରାଳୟର ପ୍ରତିନିଧିମାନଙ୍କୁ ଭେଟିଥିଲେ। କିନ୍ତୁ, ଆଲୋଚନାରୁ କୌଣସି ସୁଫଳ ମିଳି ନ ଥିଲା।

ଯୋଜନା ଅନୁସାରେ, କୃଷକମାନେ ଶନିବାର ପ୍ରତ୍ୟୁଷରୁ ନଇଡ଼ାରୁ ଯାତ୍ରା ଆରମ୍ଭ କରି ସକାଳ ୯ଟା ସମୟରେ କିଷାନ୍‌ ଘାଟରେ ପହଞ୍ଚିବା କଥା।

ସମ୍ବନ୍ଧିତ ଖବର