ପାଟନା : ଜଳ-ଜୀବନ-ସବୁଜିମା ଏବଂ ଶିଶୁ ବିବାହ, ଯୌତୁକ ନିର୍ଯାତନା ବିରୋଧରେ ସଚେତନତା ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ବିହାର ସରକାରଙ୍କ ପକ୍ଷରୁ ୧୬,୨୦୦ କିଲୋମିଟର ଦୀର୍ଘ ଏକ ମାନବ ଶୃଙ୍ଖଳ କରାଯାଇଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ଆଜି ଉଦ୍ଘାଟନ କରି ଦେଶବାସୀଙ୍କୁ ଜଳ-ଜୀବନ-ସବୁଜିମାର ବାର୍ତ୍ତା ଦେଇଛନ୍ତି। ପାଟନାର ଗାନ୍ଧୀ ମୈଦାନ ଏହି ମାନବଶୃଙ୍ଖଳର କେନ୍ଦ୍ରବିନ୍ଦୁ ଥିଲାବେଳେ ଏହା ଜଳ, ସ୍ଥଳ ଓ ଆକାଶକୁ ବ୍ୟାପିଥିଲା। ଏହି ମାନବଶୃଙ୍ଖଳରେ ୪ କୋଟି ଲୋକ ସାମିଲ ହୋଇଥିଲେ। ଏହି ମାନବ ଶୃଙ୍ଖଳ ଏତେ ବିଶାଳ ଥିଲା ଯେ, ଏହାର ସମ୍ପୂର୍ଣ୍ଣ ଖବର ସଂଗ୍ରହ କରିବା ପାଇଁ ୧୫ଟି ହେଲିକପ୍ଟର ନିୟୋଜିତ ଥିଲା। ସୂଚନାଯୋଗ୍ୟ, ବିହାର ସରକାର ଏହା ପୂର୍ବରୁ ଦୁଇଥର ଏଭଳି ମାନବ ଶୃଙ୍ଖଳର ଆୟୋଜନ କରିସାରିଛି।
୧୬,୨୦୦ କିଲୋମିଟର ଦୀର୍ଘ ମାନବ ଶୃଙ୍ଖଳ
/sambad/media/post_attachments/wp-content/uploads/2020/01/human_chain_bihar_19950199_151250552.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)