ଶ୍ରୀନଗର: ସୋମବାର ଦିନ ଶ୍ରୀନଗରରେ ୧୯୦ରୁ ଅଧିକ ପ୍ରାଥମିକ ବିଦ୍ୟାଳୟ ଖୋଲିବ ବୋଲି ରବିବାର ଦିନ ଜମ୍ମୁ ଓ କଶ୍ମୀର ପ୍ରଶାସନ ଘୋଷଣା କରିଛି।
ଯୋଜନା ଓ ବିକାଶର ପ୍ରମୁଖ ସଚିବ ରୋହିତ କାନ୍ସଲ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି. କେବଳ ଶ୍ରୀନଗର ଜିଲ୍ଲାରେ ୧୯୦ରୁ ଊର୍ଦ୍ଧ୍ୱ ପ୍ରାଥମିକ ବିଦ୍ୟାଳୟ ପୁଣି ଖୋଲିବାକୁ ଆମେ ଯୋଜନା କରିଛୁ।
ସ୍କୁଲ୍ ଆରମ୍ଭ କରିବାକୁ ଆପଣମାନେ ଆମକୁ ସୁଯୋଗ ଦେଇଛନ୍ତି। ଆମେ ପ୍ରତିଶ୍ରୁତି ଦେଉଛୁ ଗୋଟିଏ ପରେ ଗୋଟିଏ ସବୁ ଜିନିଷ କରିବୁ। ଧୀରେ ଧୀରେ ହେଲେ ବି ନିଶ୍ଚୟ କରିବୁ।
Image Source: Zee Newsସେ କହିଲେ ଯେ ନିଷେଧାଦେଶ କୋହଳ ପ୍ରକ୍ରିୟା ରବିବାର ଦିନ ମଧ୍ୟ ଚାଲୁ ରହିଛି।
କାନ୍ସଲ୍ କହିଲେ ଶନିବାର ଦିନ ୩୫ ଥାନା ଅଞ୍ଚଳରେ କଟକଣା କୋହଳ କରାଯାଇଥିବା ବେଳେ ରବିବାର ଦିନ ୫୦ଟି ଥାନା ଅଞ୍ଚଳରେ କଟକଣା କୋହଳ କରାଯାଇଛି। ଏହି କୋଳହଳର ସମୟ ସୀମା ୬ ଘଣ୍ଟାରୁ ୮ ଘଣ୍ଟାକୁ ବୃଦ୍ଧି କରାଯାଇଛି।
ଏକ ବିବୃତିରେ କାନ୍ସଲ୍ କହିଛନ୍ତି, କୋହଳ କରାଯାଇଥିବା ଅଞ୍ଚଳରେ କୌଣସି ଅପ୍ରୀତିକର ଘଟଣା ଘଟିଥିବା ଖବର ଆସିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/jk-2.jpg)