ଆସାମରେ ବନ୍ୟା ଯୋଗୁଁ ଦୁଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ; ପ୍ରସାରଣ ବନ୍ଦ କଲା ଦିବ୍ରୁଗଡ଼ ରେଡିଓ ସେଣ୍ଟର୍

ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ଭୀଷଣ ହେବାରୁ ପ୍ରଭାବିତ ହୋଇଥିବା ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଶୁକ୍ରବାର ଏବଂ ଶନିବାର ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ ମଣିପୁରର ଅଧିକାଂଶ ଅଞ୍ଚଳରେ ଅଧିକ ବର୍ଷା ହେବ ବୋଲି ଗୌହାଟିର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ପ୍ରଭାବିତ ପ୍ରାୟ ଦୁଇ ଲକ୍ଷ ଲୋକଙ୍କ ମଧ୍ୟରୁ ୧୧, ୫୦୦ ଲୋକଙ୍କୁ ରିଲିଫ୍ ଶିବିରରେ ରଖାଯାଇଥିବା କଥା ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରକାଶିତ ବୁଲେଟିନ୍‌ରେ ଉଲ୍ଲେଖ କରିଛି। ଧେମାଜି, ଲକ୍ଷ୍ମୀପୁର, ବିଶ୍ବନାଥ, ଗୋଲାହାଟ, ଜୋରହାଟ, ମାଜୁଲି, ଶିବସାଗର, ଦିବ୍ରୁଗଡ଼, ତିନସୁକିଆ ଆଦି ନଅଟି ଜିଲ୍ଲା ଗୁରୁବାର ଦିନ ବନ୍ୟା ପାଣି ଯୋଗୁଁ ପ୍ରଭାବିତ ହୋଇଛି।

Image Courtesy of The Hindu

ଗୁରୁବାର ଦିନ ଆସାମର ଦିବ୍ରୁଗଡ଼ରେ ଅଲ୍‌ ଇଣ୍ଡିଆ ରେଡିଓ ସେଣ୍ଟର୍‌ରେ ବନ୍ୟା ଜଳ ପ୍ରବେଶ କରିବାରୁ କର୍ତ୍ତୃପକ୍ଷମାନେ ପ୍ରସାରଣ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ। ମଙ୍ଗଳବାର ଠାରୁ ଦିବ୍ରୁଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ‘ଅଲ୍‌ ଇଣ୍ଡିଆ ରେଡିଓ ସେଣ୍ଟର୍‌’ର କାର୍ଯ୍ୟାଳୟ ତଥା ଷ୍ଟୁଡିଓ ଏବଂ ଆବାସିକ ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଚୀନ୍-ଭାରତ ଏବଂ ଭାରତ-ମିଆଁମାର ସୀମାନ୍ତ ନିକଟବର୍ତ୍ତୀ ହୋଇଥିବାରୁ ଦିବ୍ରୁଗଡ଼ ଅଲ୍‌ ଇଣ୍ଡିଆ ରେଡିଓ ସେଣ୍ଟର୍ର ପୂର୍ବ ଭାତରେ ଗୁରତ୍ବ ରହିଛି।

ଏହାଛଡ଼ା ଗୁରୁବାର ଦିନ ଭୁଟାନ କୁରିଚୁ ଜଳ ଭଣ୍ଡାରରୁ ପାଣି ଛାଡ଼ି ଥିବାରୁ ସୀମାନ୍ତ ଜିଲ୍ଲା ଚିରାଗ, ବାକ୍ସା ଏବଂ ବାରପେଟା।

ସମ୍ବନ୍ଧିତ ଖବର