ସ୍ୱତନ୍ତ୍ର ଟ୍ରେନ୍‌ରେ ଯାତ୍ରା ପାଇଁ ୨ ଲକ୍ଷରୁ ଅଧିକ ଯାତ୍ରୀ କାଟିଲେ ୪୫. ୩୦ କୋଟି ଟଙ୍କାର ଟିକେଟ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ସମଗ୍ର ଦେଶରେ ତିନି ପର୍ଯ୍ୟାୟରେ ଜାରି କରା ଯାଇଥିବା ଲକ୍‌ଡାଉନ ଯୋଗୁଁ ଦେଶର ଲକ୍ଷ ଲକ୍ଷ ଜନତା ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ତେବେ, ତୃତୀୟ ପର୍ଯ୍ୟାୟରେ ଜାରି ହୋଇଥିବା ଲକ୍‌ଡାଉନ୍‌ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ବେଳେ କେନ୍ଦ୍ର ରେଳ ମନ୍ତ୍ରାଳୟ ଏହି ଅବଧି ମଧ୍ୟରେ ସମସ୍ତ ନିୟମିତ ଟ୍ରେନ୍‌କୁ ବାତିଲ କରିଦେଇ ଥିବା ବେଳେ କିଛି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛନ୍ତି।

NDTV

ଏହି ସ୍ୱତନ୍ତ୍ର ଟ୍ରେନ୍‌ରେ ଲକ୍‌ଡାଉନ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଅଟକ ରହି ଯାଇଥିବା ବ୍ୟକ୍ତି ବିଶେଷମାନେ ଏହି ସ୍ୱତନ୍ତ୍ର ଟ୍ରେନ୍‌ ସାହାଯ୍ୟରେ ନିଜ ନିଜ ରାଜ୍ୟକୁ ଫେରିଆସି ପାରିବେ। ଏହିକ୍ରମରେ କେନ୍ଦ୍ର ରେଳ ମନ୍ତ୍ରାଳୟ ବିଭିନ୍ନ ରାଜ୍ୟରାଜ୍ୟ ମଧ୍ୟରେ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବା ପାଇଁ ରେଳ ବିଭାଗ ଘୋଷଣା କରିବା ସହ ସ୍ୱତନ୍ତ୍ର ଟ୍ରେନ୍‌ ପାଇଁ ଗତ ସୋମବାର ଠାରୁ ଟିକେଟ ବିକ୍ରୟ ଆରମ୍ଭ କରିଛି। ତେବେ, ଗୁରୁବାର ମଧ୍ୟାହ୍ନ ସୁଦ୍ଧା ୨,୩୪,୪୧୧ ଜଣ ଯାତ୍ରୀ ଏହି ସ୍ୱତନ୍ତ୍ର ଟ୍ରେନ୍‌ ପାଇଁ ଟିକେଟ କିଣି ନିଜ ନିଜର ସ୍ଥାନ ସଂରକ୍ଷିତ କରିଥିବା ଜାଣିବାକୁ ମିଳିଛି। ଏହି ଟିକେଟ ବିକ୍ରି ବାବଦରେ ରେଳ ବିଭାଗ ଯାତ୍ରୀମାନଙ୍କ ଠାରୁ ୪୫.୩୦ କୋଟି ଟଙ୍କା ଆୟ କରିଥିବା ଜାଣିବା ପାଇଁ ମିଳିଛି।

ସମ୍ବନ୍ଧିତ ଖବର