ନୂଆଦିଲ୍ଲୀ: ଏବେ ମଧ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦.୬୦ କୋଟିରୁ ଊର୍ଦ୍ଧ୍ବ ବଳକା ତଥା ଅବ୍ୟବହୃତ କରୋନାଭାଇରସ୍ ଟିକା ଉପଲବ୍ଧ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ମନ୍ତ୍ରାଳୟ କହିବା ଅନୁସାରେ, କେନ୍ଦ୍ର ସରକାରଙ୍କ ‘ଫ୍ରି ଅଫ୍ କଷ୍ଟ୍ ଚାନେଲ୍’ ଏବଂ ‘ଡାଇରେକ୍ଟ୍ ଷ୍ଟେଟ୍ ପ୍ରୋକ୍ୟୋର୍ମେଣ୍ଟ୍ କାଟେଗୋରି’ ଜରିଆରେ ଏଯାବତ୍ ୧୯୨.୨୭ କୋଟି (୧,୯୨,୨୭,୨୩,୬୨୫) ଡୋଜ୍ ଟିକା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି।
ସେଥିରୁ ବ୍ୟବହାର ହେବା ପାଇଁ ଆହୁରି ୨୦.୬୦ କୋଟି (୨୦,୬୦,୩୭,୩୩୬) ଡୋଜ୍ କରୋନାଭାଇରସ୍ ଟିକା ବଳକା ଏବଂ ଅବ୍ୟବହୃତ ହୋଇ ରହିଛି ବୋଲି ମନ୍ତ୍ରାଳୟ କହିଛି।
Image Courtesy of The Economic Timesମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, କୋଭିଡ୍-୧୯ ଟିକାକରଣ ଅଭିଯାନର ସାର୍ବଜନୀନକରଣର ନୂତନ ପର୍ଯ୍ୟାୟରେ କେନ୍ଦ୍ର ସରକାର ଦେଶର ଟିକା ନିର୍ମାତାଙ୍କ ଠାରୁ ୭୫% ଟିକା କିଣି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଯୋଗାଇ ଦେବେ।
ଦେଶବ୍ୟାପୀ କୋଭିଡ୍-୧୯ ଟିକାକରଣର ବେଗ ଓ ପରିସର ବୃଦ୍ଧି ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରାଳୟ କହିଛି।
ସୂଚନାଯୋଗ୍ୟ, ୨୦୨୧ ଜାନୁଆରି ୧୬ ତାରିଖରୁ ଦେଶବ୍ୟାପୀ କୋଭିଡ୍-୧୯ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/vaccine.jpg)