ନୂଆଦିଲ୍ଲୀ: ଏବେ ମଧ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦.୬୦ କୋଟିରୁ ଊର୍ଦ୍ଧ୍ବ ବଳକା ତଥା ଅବ୍ୟବହୃତ କରୋନାଭାଇରସ୍‌ ଟିକା ଉପଲବ୍ଧ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Advertisment

ମନ୍ତ୍ରାଳୟ କହିବା ଅନୁସାରେ, କେନ୍ଦ୍ର ସରକାରଙ୍କ ‘ଫ୍ରି ଅଫ୍‌ କଷ୍ଟ୍‌ ଚାନେଲ୍‌’ ଏବଂ ‘ଡାଇରେକ୍ଟ୍‌ ଷ୍ଟେଟ୍‌ ପ୍ରୋକ୍ୟୋର୍‌ମେଣ୍ଟ୍‌ କାଟେଗୋରି’ ଜରିଆରେ ଏଯାବତ୍‌ ୧୯୨.୨୭ କୋଟି (୧,୯୨,୨୭,୨୩,୬୨୫) ଡୋଜ୍‌ ଟିକା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି।

ସେଥିରୁ ବ୍ୟବହାର ହେବା ପାଇଁ ଆହୁରି ୨୦.୬୦ କୋଟି (୨୦,୬୦,୩୭,୩୩୬) ଡୋଜ୍‌ କରୋନାଭାଇରସ୍‌ ଟିକା ବଳକା ଏବଂ ଅବ୍ୟବହୃତ ହୋଇ ରହିଛି ବୋଲି ମନ୍ତ୍ରାଳୟ କହିଛି।

publive-image Image Courtesy of The Economic Times

ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, କୋଭିଡ୍‌-୧୯ ଟିକାକରଣ ଅଭିଯାନର ସାର୍ବଜନୀନକରଣର ନୂତନ ପର୍ଯ୍ୟାୟରେ କେନ୍ଦ୍ର ସରକାର ଦେଶର ଟିକା ନିର୍ମାତାଙ୍କ ଠାରୁ ୭୫% ଟିକା କିଣି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଯୋଗାଇ ଦେବେ।

ଦେଶବ୍ୟାପୀ କୋଭିଡ୍‌-୧୯ ଟିକାକରଣର ବେଗ ଓ ପରିସର ବୃଦ୍ଧି ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରାଳୟ କହିଛି।

ସୂଚନାଯୋଗ୍ୟ, ୨୦୨୧ ଜାନୁଆରି ୧୬ ତାରିଖରୁ ଦେଶବ୍ୟାପୀ କ‌ୋଭିଡ୍‌-୧୯ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା।