ମୋଗାଦିଶୁ: ଶନିବାର ଦିନ ସୋମାଲିଆର ରାଜଧାନୀରେ ଥିବା ଏକ ଜନପ୍ରିୟ ହୋଟେଲ୍ ବାହାରେ ଏକ ଆତ୍ମଘାତୀ ଟ୍ରକ୍ ବୋମା ବିସ୍ଫୋରଣ ଘଟି ଅନ୍ୟୂନ ୨୩ ଜଣ ଲୋକ ନିହତ ହେବା ସହ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୋଠା ମଧ୍ୟରେ ଥିବା ଅନ୍ୟ ଆକ୍ରମଣକାରୀଙ୍କୁ ନିରାପତ୍ତା ବଳ ଅନୁଧାବନ କରୁଥିବାରୁ ଗୁଳି ଚାଳନା ଅବ୍ୟାହତ ଥିବା କଥା ପୁଲିସ କହିଛି। ଆଉ ଦୁଇଟି ବିସ୍ଫୋରଣ ଶବ୍ଦ ମଧ୍ୟ ଶୁଣା ଯାଇଛି। ସେଥି ମଧ୍ୟରୁ ଜଣେ ଆତ୍ମଘାତୀ ପରିଧାନ-ବୋମା ଫୁଟାଇବାବେଳେ ସଂଘଠିତ ହୋଇଥିବା ପ୍ରକାଶ।
Photo Courtesy of India TVଗଣମାଧ୍ୟମକୁ ଟେଲିଫୋନ୍ ଯୋଗେ କ୍ୟାପ୍ଟେନ୍ ମହମ୍ମଦ ହୁସେନ୍ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ପ୍ରାସାଦ ନିକଟସ୍ଥ ନାସା-ହାବ୍ଲୋଡ୍ ହୋଟେଲ୍ର ସବା ଉପର ମହଲାରେ ଆତଙ୍କବାଦୀମାନେ ଛପି ଥିବାରୁ ସେଠାରେ ସରକାରୀ ଅଧିକାରୀଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଫସି ରହିଥିବା ଅନୁମାନ କରାଯାଉଛି। ହୁସେନ୍ କହିଛନ୍ତି: ୫ ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ହତ୍ୟା କରାଯାଇଛି। ରାତି ମାଡ଼ି ଆସିବାରୁ ଅନ୍ୟମାନେ ଗ୍ରେନେଡ୍ ଫିଙ୍ଗିବା ସହ କୋଠାର ବିଦ୍ୟୁଦ୍ ସଂଯୋଗ ଛିନ୍ନ କରି ଦେଇଛନ୍ତି।
ଆଫ୍ରିକାର ସବୁଠୁ ମାରାତ୍ମକ ଇସ୍ଲାମିକ୍ ଟେରରିଷ୍ଟ୍ ଗ୍ରୁପ୍ ‘ଅଲ୍-ଶବାବ୍’ ଶନିବାର ଆକ୍ରମଣ ନିମନ୍ତେ ତୁରନ୍ତ ନିଜକୁ ଦାୟୀ କରି କହିଛି ଯେ ତାଙ୍କର ଯୋଦ୍ଧାମାନେ ହୋଟେଲ୍ ଭିତରେ ଅଛନ୍ତି।
ମୃତ ଲୋକମାନଙ୍କ ମଧ୍ୟରେ ଅଛନ୍ତି ଜଣେ ମାଆ ଏବଂ ଜଣେ ବାଳୁତ ସହ ତିନୋଟି ପିଲା। ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି ହୁସେନ୍ କହିଛନ୍ତି। ଅନ୍ୟ ପୀଡ଼ିତମାନଙ୍କ ମଧ୍ୟରେ ଅଛନ୍ତି ଜଣେ ବରିଷ୍ଠ ସୋମାଲି ପୁଲିସ କର୍ଣ୍ଣେଲ୍, ଜଣେ ପୂର୍ବତନ ସାଂସଦ ଏବଂ ଜଣେ ପୂର୍ବତନ ସରକାରୀ ମନ୍ତ୍ରୀ।
Photo Courtesy of Fox Newsବିସ୍ଫୋରଣରେ ବିଶେଷ ଧ୍ୱଂସ ପାଇଥିବା ଏକ ଛିଡ଼ା ହୋଇଥିବା କାର୍ ପଛପଟ ଦେଇ ଚାଲି ଯିବାରୁ ମହମ୍ମଦ୍ ଡେକ୍ ହାଜି ବୋମା ମାଡ଼ରୁ ବର୍ତ୍ତିଯାଇଥିବା କଥା କହିଛନ୍ତି। ସେ କହିଛନ୍ତି ଯେ ସାମରିକ ପୋଷାକ ପରିହିତ ଅନ୍ୟୂନ ତିନି ଜଣ ଶସ୍ତ୍ରଧାରୀ ଲୋକ ଫାଟକ ପାଖରେ ବୋମା ବିସ୍ଫୋରଣ କରି ହୋଟେଲ୍ ଆଡ଼କୁ ଧାଇଁ ଯାଇଥିଲେ।
ଡାକ୍ତରଖାନା ଶେଯରେ ଶୋଇ ରହି ସେ ଆହୁରି କହନ୍ତି: ମୁଁ ଭାବୁଛି ହୋଟେଲ୍ ଉଡ଼ାଇ ଦେବାକୁ ଉଦ୍ୟମ କରୁଥିବା ଲୋକେ ଥିଲେ ଅଲ୍-ଶବାବ୍ର ଲଢୁଆ। ଛିଟିକି ଆସୁଥିବା ଭଙ୍ଗା କାଚ ମାଡ଼ରେ ତାଙ୍କର କାନ୍ଧ ଓ ଖପୁରି କ୍ଷତବିକ୍ଷତ ହୋଇଛି।
ନିରାପତ୍ତା ଅଧିକାରୀମାନେ କହନ୍ତି: ଗେଟ୍ ବାହାରେ ଟ୍ରକ୍ ଅଚଳ ହୋଇ ପଡ଼ିଛି ବୋଲି ଶନିବାର ବୋମା-ଫିଙ୍ଗାଳି ବାହାନା କରିଥିଲେ। ମହମ୍ମଦ ଅବଦୁଲ୍ଲାହି କହନ୍ତି: ବୋମା ବିସ୍ଫୋରଣ କରିବା ପୂର୍ବରୁ ମେଘନାଦ ପାଚେରି ପରିବେଷ୍ଟିତ ହୋଟେଲ୍ ବାହାରେ ବୋମା-ଫିଙ୍ଗାଳିମାନେ ଅଟକି ଟ୍ରକ୍ ସଜାଡ଼ିବାର ବାହାନା କରିଥିଲେ।
Photo Courtesy of MPR Newsଅଲ୍-ଶବାବ୍ ସର୍ବଦା ମୋଗାଦିଶୁର ହାଇ-ପ୍ରୋଫାଇଲ୍ ଅଞ୍ଚଳରେ ଆକ୍ରମଣ କରେ। ଆମେରିକୀୟ ସାମରିକ ବାହିନୀ ମଧ୍ୟ ଏ ବର୍ଷ ସୋମାଲିଆରେ ଅଲ୍-ଶବାବ୍ ବିରୋଧରେ ସାମରିକ କାର୍ଯ୍ୟନୁଷ୍ଠାନ ପାଇଁ ଆଗେଇ ଆସିଥିଲା। ବିଶ୍ୱ ଆତଙ୍କବାଦ ଆଫ୍ରିକା ମହାଦେଶର ଗଭୀର ଅଭ୍ୟନ୍ତରକୁ ପ୍ରବେଶ କରୁଥିବାରୁ ଆମେରିକୀୟ ସେନା ସେମାନଙ୍କ ଉପରେ ପ୍ରାୟ ୨୦ଟି ଡ୍ରୋନ୍ ଆକ୍ରମଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/61313480.jpg)